ବୀମା ରାଶି ନ ମିଳିବାରୁ ସମ୍ବଲପୁର କଲେକ୍ଟର ଅଫିସ ଘେରାଉ କଲେ ଚାଷୀ

ଦିନକୁ ଦିନ ଚାଷୀ ମୃତ୍ୟୁ ହାର ବଢିବାରେ ଲାଗିଛି । ସରକାରଙ୍କ ତରଫରୁ ଏନେଇ କୌଣସି ଚିନ୍ତା ନାହିଁ । ଯାହାକୁ ଆଖିରେ ରଖି ସମ୍ବଲପୁର ଜିଲ୍ଲା କୃଷକ ସଙ୍ଗଠନ ପକ୍ଷରୁ ଆଜି କଲେକ୍ଟର ଅଫିସ ଘେରାଉ କରାଯାଇଛି । ସୁଚନାନୁସାରେ, ଚାଷୀ ଆତ୍ମହତ୍ୟା ରୋକିବା ପାଇଁ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସକ ଚାଷୀମାନଙ୍କୁ ବୀମା ସହାୟତା ରାଶି, ଲୋନ୍ ସିଏମଟି ଓ ଇନ୍ ପୁଟ ସବସିଟି ମାର୍ଚ୍ଚ ମାସ ଭିତରେ ଯୋଗାଇ ଦେବା ପାଇଁ ପ୍ରତିଶୃତି ଦେଇଥିଲେ । ପରନ୍ତୁ ମାର୍ଚ୍ଚ ମାସ ପରେ ତିନି ମାସ ବିତିଯାଇଥିଲେ ବି ଏହାର କିଛି ବି ସୁବିଧା ମିଳି ନ ଥିଲା, ଯାହାକୁ ନେଇ ଜିଲ୍ଳା କୃଷକ ସଂଗଠନ ପକ୍ଷରୁ କଲେକ୍ଟର ଅଫିସ୍ ଘେରାଉ କରି ଦାବି ପୂରଣ ପାଇଁ ଧାରଣା ଦେଇଛନ୍ତି ଚାଷୀ ।

Comments are closed.