ଆଜିଠୁ ଆରମ୍ଭ ହେଲା ଅମରନାଥ ଯାତ୍ରା

ଦୁଇ ମାସ ବ୍ୟାପି ହେଉଥିବା ପ୍ରସିଦ୍ଧ ଅମରନାଥ ଯାତ୍ରା ଆଜିଠୁ ଆରମ୍ଭ ହୋଇଯାଇଛି । ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ଭକ୍ତମାନେ ଅମରନାଥ ପହଞ୍ଚି ମହାଦେବଙ୍କୁ ଦେଖା କରିପାରିବେ । ଜମ୍ମୁ-କାଶ୍ମୀରର ରାଜ୍ୟପାଳ ଏନ୍ଏନ୍ ଭୋରାଙ୍କ ନିର୍ଦ୍ଦେଶ କ୍ରମେ ଅମରନାଥ ତୀର୍ଥ ବୋର୍ଡ ପକ୍ଷରୁ ଯାତ୍ରୀଙ୍କ ପାଇଁ ସମସ୍ତ ସୁବିଧାର ବନ୍ଦୋବସ୍ତ କରାଯାଇଥିବା ବେଳେ ଅଗଷ୍ଟ ୨୬ ତାରିଖରେ ଏହି ଯାତ୍ରା ଶେଷ ହେବ । ଏହା ସହିତ ୪୦ ହଜାର ଯବାନ, ପାରା ମିଲିଟାରୀ ସେନା, ପୋଲିସ ନିୟୋଜନ କରାଯାଇଛି । ଏବର୍ଷ ପାୟଃ ୩ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ଆଗମନ ହେବାର ସୂଚନା ମିଳୁଛି ।

Comments are closed.