ଆଜି ଘୂର୍ଣ୍ଣିବଳୟ, କାଲିଠୁ ବର୍ଷା

ଭୁବନେଶ୍ୱର: ଲୋକଙ୍କୁ ମିଳୁଛି ଗୁଳୁଗୁଳିରୁ ମୁକ୍ତି ପାଇବାର ଖବର । ଯାହା ରାଜ୍ୟବାସୀଙ୍କୁ ଟିକିଏ ଆଶ୍ୱସ୍ତି ଦେଇଛି । ଆଜି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ଆଖପାଖରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ । ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପର ରୂପ ନେବ । ପ୍ରଭାବରେ ଆସନ୍ତାକାଲିଠୁ ଆରମ୍ଭ ହେବ ବର୍ଷା । ୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ୧୩ ଜିଲ୍ଲାକୁ ସତର୍କତା ଜାରି କରାଯାଇଛି ।

ସେହିଭଳି ୯ ରୁ ୧୦ ତାରିଖ ମଧ୍ୟରେ ବର୍ଷାର ପରିମାଣ ବୃଦ୍ଧି ହେବା ସହ ବିସ୍ତୃତି ବଢ଼ିବ । ଏଥିପାଇଁ ଉପକୂଳ ଓଡ଼ିଶାର ୮ ଜିଲ୍ଲା ସମେତ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ୧୨ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ତିନି ଦିନ ମଧ୍ୟରେ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ୭୦ ରୁ ୧୧୦ ମିଲିମିଟର ପର୍ୟ୍ୟନ୍ତ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

ଅନ୍ୟପକ୍ଷରେ ଗୋଟିଏ ପଟେ ଲଘୁଚାପ ଦାନା ବାନ୍ଧୁଥିବା ବେଳେ ସ୍ୱାଭାବିକ ଅବସ୍ଥାକୁ ଫେରୁଛି ମୌସୁମୀ ନିମ୍ନ ଚାପରେଖା ।

Comments are closed.