ଭିଜିଲାନ୍ସ ଜାଲରେ ଭବାନୀପାଟଣା ଥୁଆପଦର ପିଇଓ ବାଲେଶ୍ୱର ନାଏକ
କଳମପୁର, ମହମ୍ମଦ ମଞ୍ଜୁର ଇଲାହୀ : ଭିଜିଲାନ୍ସ ଜାଲରେ ପଡିଲେ ପିଇଓ l ଆୟ ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଭବାନୀପାଟଣା ଥୁଆପଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ବାଲେଶ୍ୱର ନାଏକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ରେଡ଼୍ କରାଯାଇଛି l ଭିଜିଲାସନ୍ସ ଟିମ ତାଙ୍କ ଘର ଏବଂ ଅଫିସ ସହିତ ଭବାନୀପାଟଣାର ଗୋଦାମପଡ଼ା ଠାରେ ଥିବା ତାଙ୍କ ତିନି ମହଲା ଘରେ ଚଢ଼ାଉ କରିଛନ୍ତି l ଏହି ଟିମରେ ରାୟଗଡା ଭିଜିଲାସନ୍ସ ଡ଼ିଏସପି ଅନନ୍ତ ପ୍ରସାଦ ମଲ୍ଲିକ, କଳାହାଣ୍ଡି ଇନିସ୍ପେକଟର ପ୍ରମିଳା ସୁନା, ଇନିସ୍ପେକଟର ବାଙ୍କିମ ବବାଲି, ଇନିସ୍ପେକଟର ବି କେ ରୟ ସାମିଲ ଥିଲେ l ଏହି ରେଡି ଆଜି ସକାଳ ସମୟରେ ଆରମ୍ଭ ହୋଇଥିବା ବେଳେ ପି ଇ ଓ ଙ୍କ ଘରେ ତାଙ୍କ ନିଜ ପିତୃ ସମ୍ପତ୍ତି ଛଡା ଅନ୍ୟ କିଛି ମିଳିନଥିବା ସୂଚନା ଦେଇଛନ୍ତି ଭିଜିଲାସନ୍ସ ଡ଼ିଏସପି ରାୟଗଡା l
Comments are closed.