ସମ୍ବଲପୁରରେ ବଢ଼ିବାରେ ଲାଗିଛି ବାଇକ ଚୋରି ରାକେଟ

ସମ୍ବଲପୁର, ତୁସବନ୍ତ ଯୋଶୀ : ସମ୍ବଲପୁର ସହରରେ ଅପରାଧିକ ଘଠଣା ଥମିବାର ନା ଧରୁନାହି । ଅପରାଧି ମାନେ ପୋଲିସକୁ ଖୋଲା ଚେଳେଞ୍ଚ ଦେଇ ଅପରାଧ ଘଟାଉଥିବା ବେଳେ ସମ୍ବଲପୁର ପୋଲିସ ପାଇଁ ସହରରେ ଅପରାଧ ନିଆନ୍ତ୍ରଣ କରିବା ଏକ ବଡ ଚେଳେଞ୍ଚ ହୋଇଛି । କାହିଁକି ନା ସମ୍ବଲପୁର ସହରରେ ପୁଣି ଥରେ ସକ୍ରିୟ ହୋଇଛନ୍ତି ବାଇକ ଚୋରି ରାକେଟ । ସମ୍ବଲପୁର ସହରର ଅନ୍ୟତମ ପ୍ରମୁଖ ଛକ ତଥା ଜିଲ୍ଲା ଏସପି କାଯ୍ୟାଳୟ ଓ ଧନୁପାଲି ଥାନାରୁ ମାତ୍ର ୩୦୦ ମିଟର ଦୁରତାରେ ଥିବା ଜେଲଛକ ରେ ଚୋରି ହୋଇଛି ଏକ ଏକ୍ଭିଭା । ସମ୍ବଲପୁର ବିଜେପି ଜିଲ୍ଲା ଯୁବ ମୋଚ୍ଚା ସଭାପତି ରିକନ ପଟ୍ଟନାୟକଙ୍କ ଏହି ଏକ୍ଭିଭା ଥିବା ଜଣାପଡିଛି । ଗତକାଲି ରିକନ ଜେଲଛକ ନିକଟରେ ଥିବା ଏକ ଦୋକାନରେ ତାଙ୍କ ଓଡି ୧୫ଇ ୬୯୯୬ ନମ୍ବର ଏକ୍ଟିଭାକୁ ରଖି ନିକଟରେ ହେଉଥିବା ଗଙ୍ଗାଭୋଜି ଖାଇବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ତାଙ୍କ ଏକ୍ଟିଭା ଚୋରି ହୋଇଯାଇଥିବା ଜାଣିବାକୁ ପାଇଥିଲେ । ଏନେଇ ରିକନ ପଟ୍ଟନାୟକ ଧନୁପାଲି ଥାନାରେ ଅଭିଯୋଗ କରିବା ସହ ସମ୍ବଲପୁର ଜିଲ୍ଲା ପୋଲିସର କାଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ କରିଛନ୍ତି । ସହରର ଏସପି ଅପିସ ଓ ଧନୁପାଲି ଥାନା ପାଖରୁ ଯଦି ଲୋକଙ୍କ ଗାଡି ଚୋରି ହେବ ତ ସହରର ଅନ୍ୟ ସ୍ଥାନରେ ଲୋକେ ନିଜର ଯାନବାହନ ରଖିବା କେତେ ସୁରକ୍ଷିତ ବୋଲି ପ୍ରଶ୍ନ କରିଛନ୍ତି ରିକନ ପଟ୍ଟନାୟକ । ଏହି ଏକ୍ଟିଭା ଚୋରି ସମୟର ଫଟୋ ସିସିଟିଭି ଫୁଟେଜରେ ସ୍ୱଷ୍ଠ ଜଣାପଡୁଛି । ଅପରପକ୍ଷରେ ଧନୁପାଲି ପୋଲିସ ଏନେଇ ତଦନ୍ତ ପକ୍ରିୟା ଯାରି ରଖିଥିବା ଜଣାପଡିଛି ।

Comments are closed.