ରାଜ୍ୟରେ ହେବ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ
ଭୁବନେଶ୍ୱର- ଶିଶୁ ମାନଙ୍କ ସୁରକ୍ଷା ପାଇଁ ଆଉ ପାଦେ ଆଗକୁ ବଢିଲେ ରାଜ୍ୟ ସରକାର | ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ରାଜ୍ୟରେ ହେବାକୁ ଯାଉଛି ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ | ପ୍ରତି ପୋଲିସ ଜିଲ୍ଲାରେ ଗୋଟିଏ ଲେଖାଏଁ ପୋଲିସ ଷ୍ଟେସନ ହେବ, ଥାନା ଭିତରେ ଶିଶୁଙ୍କ ପାଇଁ ରହିବ ସ୍ବତନ୍ତ୍ର ଅନୁକୂଳ ପରିବେଶ | ଥାନାରେ ରହିବ ସ୍ବତନ୍ତ୍ର ଲୋଗୋ, ଫଳକ, ଛୋଟ ପୁସ୍ତକାଗାର,ଖେଳନା ଓ ଫାଷ୍ଟଏଡ୍ କିଟ୍, ପିଲାମାନଙ୍କ ଅଧିକାର ସମ୍ପର୍କିତ ଫଳକ ଥାନାରେ ଲଗାଯାଇ ପିଲାମାନଙ୍କ ସୁରକ୍ଷାକୁ ଗୁରୁତ୍ୱ ଦିଆଯିବ |
Comments are closed.