ନାଚୁଣୀ ପାଣ୍ଡବା ଶୁଣି ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ

ଖୋର୍ଦ୍ଧା(ରାକେଶ କୁମାର ଜଗଦେବ)- ଖୋର୍ଦ୍ଧା ଜିଲ୍ଳା ନାଚୁଣୀ ପାଣ୍ଡବା ଶୁଣି ଜଙ୍ଗଲରୁ ଯୁବକଙ୍କ ଗଳିତ ଶବ ଉଦ୍ଧାର ,ହତ୍ୟା ସନ୍ଦେହ ପରିଚୟ ଅସ୍ପଷ୍ଟ । ଘଟଣା ସ୍ଥଳରେ ନାଚୁଣୀ ଫାଣ୍ଡି ପୋଲିସ୍ ର ତନାଘନା । ନାଚୁଣୀ ନିକଟସ୍ଥ ମା ପାଣ୍ଡବା ଶୁଣି ଠାକୁରାଣୀଙ୍କର ବିଜେ ସ୍ଥଳୀଠାରୁ କିଛି ଦୂରରେ ଏକ ଯୁବକଙ୍କ ଗଳିତ ମୃତଦେହ ପଡି ରହିଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଯୁବକ ମାନେ ଶୁଖିଲା କାଠ ଗୋଟାଇବାକୁ ଯାଇଥିବା ବେଳେ ଏହି ଗଳିତ ଶବ ପଡିଥିବା ଦେଖିବାକୁ ପାଇଥିଲେ ଓ ପରେ ନାଚୁଣୀ ଫାଣ୍ଡି ପୋଲିସ୍ କୁ ଖବର ଦେଇଥିଲେ। ଖବର ପାଇବା ପରେ ନାଚୁଣୀ ଫାଣ୍ଡି ପୋଲିସ୍ ଘଟଣା ସ୍ଥଳରେ ପହଂଚି ତନାଘନା ଆରମ୍ଭ କରିଛି। ଯୁବକଙ୍କ ଶବ ର କେବଳ ହାଡ ଗୋଡ ପଡି ଥିବାରୁ ଶବ କୁ ଚିହ୍ନଟ କରିବାରେ ସମସ୍ୟା ଦେଖା ଦେଇଛି।ତେଣୁ ପୋଲିସ୍ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆଗକୁ ବଢାଇବ ବୋଲି କହିଛି ।

Comments are closed.