ମୁଖ୍ୟ ରାସ୍ତା ଉପରେ ମର୍ମନ୍ତୁଦ ସଡକ ଦୃଘଟଣା, ୨ ମୃତ
ମାଲକାନଗିରି(ଅପୂର୍ବ ଥଣ୍ଡର)- ମାଲକାନଗିରି ଜିଲ୍ଲା ଏମଭି ୧୩ ନମ୍ବର ଗ୍ରାମ ନିକଟସ୍ତ ମୁଖ୍ୟ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଚାଳକ ଜଣକ ନିଜ ନିଜ ସ୍କୁଟିରେ କୌଣସି କାମରେ ମାଲକାନଗିରି ଅଭିମୁଖେ ଯାଉଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଛି । ଲୋକଙ୍କ ସୂଚନା ଅନୁଯାୟୀ ଗୋଟିଏ ନାଲି ରଙ୍ଗର ସ୍କୁଟିରେ ଚାଳକଙ୍କ ସମେତ ଜଣେ ମହିଳା ଯାଉଥିବା ସମୟରେ ଏକ ବଡ଼ ଗାଡ଼ି ତାଙ୍କ ଉପରେ ଚଢ଼ିଯାଇଥିଲା । ତେବେ ଏହି ଦୁର୍ଘଟଣାରେ ଘଟଣା ସ୍ଥଳରେ ୨ ଜଣକ ମୃତ୍ୟୁ ହୋଇଥିବା ବେଳେ ସେମାନଙ୍କ ପରିଚୟ ମିଳିପାରିନାହିଁ । ପୋଲିସ ପହଂଚି ଶବ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
Comments are closed.