ସ୍କୁଲ ଭିତରେ ପଡ଼ିରହିଛି ଅଜଣା ଝିଅର ଶବ !!

ବଲାଙ୍ଗୀର (ଲିଖୀରାମ ବେହେରା) : ଶୁନ୍ଧି ମୁଣ୍ଡା ଗ୍ରାମ ସ୍କୁଲ ଭିତରେ ପଡ଼ିରହିଛି ଅଜଣା ଝିଅର ଶବ | ବଲାଙ୍ଗୀର ଜିଲ୍ଲାର ସିନ୍ଧେକେଲା ଥାନା ଅନ୍ତର୍ଗତ ସୁନ୍ଧିମୁଣ୍ଡା ଗ୍ରାମ ଭବାନୀପାଟଣା ଖରୀଆର ରାସ୍ତା ପଶ୍ୱରେ ଥିବା ସ୍କୁଲ ଭିତରେ ୨/୩ ଦିନ ହେବ ଏକ ଝିଅକୁ ମୃତ ଅବସ୍ଥା ରେ କୋଠରୀ ଭିତରେ ପକାଇ ଦିଆଯାଇଛି । ଗ୍ରାମର ଜନସାଧାରଣଙ୍କ ଦୃଷ୍ଟି ଗୋଚର ପରେ ସ୍ଥାନୀୟ ପୋଲିସକୁ ଯୋଗାଯୋଗ କରିଛନ୍ତି ଗ୍ରାମର ଦୁଳମନି ନାଗ ଫେରନ୍ତା ଜାଲ ମହେଶ ନାଗ ଓ ଅନ୍ୟାନ୍ୟ ଲୋକେ ଉପସ୍ଥିତ ହୋଇଥିଲେ । ପୋଲିସ ଉପସ୍ଥିତିରେ ଜନସାଧାରଣ ସ୍କୁଲ ସମାନ।ରେ ରୁଣ୍ଡହୋଇଛନ୍ତି | ତେବେ ତଦନ୍ତ ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିବ ବୋଲି ଅନୁମାନ କରାଯାଉଛି |

Comments are closed.