ଗଞ୍ଜାମ ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍, ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଘୋଷିତ

ଗଞ୍ଜାମ(ପ୍ରିୟବ୍ରତ ନାୟକ) : ଗଞ୍ଜାମ ଜିଲ୍ଲାକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍ । ଭଞ୍ଜନଗର ଅନ୍ତର୍ଗତ ଲାଲସିଙ୍ଗି ପଞ୍ଚାୟତର କିଛି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଛି । ଏହି ଅଞ୍ଚଳର ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଭଞ୍ଜନଗର ଉପ-ଜିଲ୍ଲାପାଳ ଏଭଳି ପଦକ୍ଷେପ ନେଇଛନ୍ତି । ସଂକ୍ରମିତ ଚିହ୍ନଟ ହୋଇଥିବା ବ୍ୟକ୍ତିଙ୍କ ଘରର ୬୦ ମିଟର ପରିଧି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଅଞ୍ଚଳ ଭାବେ ଘୋଷିତ ହୋଇଛି । ଫଳରେ ନିୟମ ଅନୁଯାୟୀ ଏହି ଅଞ୍ଚଳରୁ କେହି ବାହାରକୁ ଆସିପାରିବେ ନାହିଁ କିମ୍ବା ଏହା ଭିତରକୁ କେହି ପ୍ରବେଶ କରିପାରିବେ ନାହିଁ । ଜରୁରିକାଳୀନ ଓ ମେଡିକାଲ ଆବଶ୍ୟକତା ବ୍ୟତୀତ କଣ୍ଟେନମେଣ୍ଟ ଜୋନ୍ ରେ ସମସ୍ତ ନିୟମ କଡ଼ାକଡ଼ା ପାଳନ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Comments are closed.