ସାମ୍ବାଦିକଙ୍କ ମାତୃ ବିୟୋଗ

ଖଣ୍ଡପଡ଼ା(ବିଷ୍ଣୁ ପ୍ରସାଦ ମହାନ୍ତି) : ଖଣ୍ଡପଡ଼ା ସହର ୧୦ନଂ ୱ।ଡ ବ୍ରାହ୍ମଣସାହିର ବୟୋଜ୍ୟେଷ୍ଠ ମହିଳା ତଥା ସାମ୍ବାଦିକ ଦୂର୍ଗା ପ୍ରସାଦ ଆଚାର୍ଯ୍ୟଙ୍କର ମାତା ଶାନ୍ତିଲତା ଆଚାର୍ଯ୍ୟ (୮୧) ଙ୍କର ବୁଧବାର ପରଲୋକ ଘଟିଛି । ସେ ଜଣେ ଧର୍ମପରାୟଣ ତଥା ପରୋପକାରୀ ମହିଳା ଥିଲେ । ସ୍ଵର୍ଗତା ଆଚାର୍ଯ୍ୟଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ସ୍ଥାନୀୟ ଶ୍ମଶାନ ଘାଟରେ ଏକ ଶୋକାକୁଳ ପରିବେଶରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ବଡ଼ପୁଅ ବିରଜା ପ୍ରସାଦ ଆଚାର୍ଯ୍ୟ ମୁଖାଗ୍ନି ଦେଇଥିବା ଜଣାପଡିଛି |

Comments are closed.