ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ବାଲେଶ୍ୱର (ଲଷ୍ମୀଧର ପ୍ରଧାନ) : ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡାଙ୍କ ଆହ୍ବାନ କ୍ରମେ ବାଲେଶ୍ଵର ଜିଲ୍ଲା ଖଇରା ସ୍ଥିତ ବିଜେପି କାର୍ଯ୍ୟାଳୟ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଇରା ଓ ସିମୁଳିଆ ବ୍ଲକର କାର୍ଯ୍ୟରତ ମୁଦ୍ରଣ ଓ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧିମାନେ ମାନେ ଉପସ୍ଥିତ ଥିଲେ । ମୁଖ୍ୟତଃ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସିମୁଳିଆ ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଓଡ଼ିଶାର ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତିପ୍ରକାଶ ପାଣିଗ୍ରାହୀ ବାଣ୍ଟୁଥିବା କାର୍ଡ ଉପରେ ଆଲୋଚନା ହୋଇଥିଲା । ବର୍ତ୍ତମାନ ବାଣ୍ଟୁଥିବା କାର୍ଡକୁ ନେଇ କିପରି ଭୁଗୁପୁର ମୃତ୍ୟୁଞ୍ଜୟ ଉପାଧ୍ୟାୟ ନାମକ ଜଣେ ବ୍ଯକ୍ତି ମେଡିକାଲରେ ଅପମାନିତ ହେଲେ, ମିଥ୍ୟା କାର୍ଡ ବଣ୍ଟନ କରି କିପରି ଲୋକମାନଙ୍କୁ ଭକୁଆ ବନାଉଛନ୍ତି ମନ୍ତ୍ରୀ ଓ ବିଧାୟକ ତାହା ଉକ୍ତ ସାମ୍ବାଦିକ ମାନଙ୍କ ଆଗରେ ବଖାଣି ଥିଲେ । ଏଥିସହିତ ଡିଜେଲ ଓ ପେଟ୍ରୋଲ ବିଷୟ ମଧ୍ୟ ଆଲୋଚନା ହୋଇଥିଲା । ରାଜ୍ୟ ସରକାର ଲୋକଙ୍କୁ ବାରମ୍ବାର ଭୁତାଉଛନ୍ତି ବିନା ପଇସାରେ ଡାକ୍ତରଖାନାରେ ରୋଗ ଭଲ କରିଦେବା ନାଗରା ପିଟି ଲୋକଙ୍କ ସହିତ ଡ୍ରାମା କରୁଛନ୍ତି | ଆଗରୁ ଗୋଟିଏ କାର୍ଡ ସରକାର ଦେଇଥିଲେ ହସ୍ପିଟାଲରେ ଦେଖାଇଲେ ଡାକ୍ତର କହୁଥିଲେ ଆପଣଙ୍କ କାର୍ଡରୁ ପାଞ୍ଚ ହଜାର ଟଙ୍କା କାଟିବ 500 ଟଙ୍କାର ଔଷଧ ମିଳିବ | ରୋଗୀର କଥା କିଏ ଶୁଣିବ ତା ପାଖରେ କାର୍ଡ ଅଛି କିନ୍ତୁ ସେଥିରେ ପଇସା ନାହିଁ ହନ୍ତସନ୍ତ ହୁଅ ଜମିବାଡ଼ି ବା କୀଡୀନି ବିକ୍ରି କର ପଇସା ଦେଇ ଘରକୁ ଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ କହୁଛନ୍ତି | ଏହି ସାମ୍ବାଦିକ ସମ୍ମିଳନୀରେ ପଦ୍ମଲୋଚନ ପଣ୍ଡା ଓ ମୃତ୍ୟୁଞ୍ଜୟ ଉପାଧ୍ୟାୟ ଭିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିରୋଧରେ ବର୍ଷିଛନ୍ତି |

Comments are closed.