ଭୁବନରେ ହେବ କାଶୀ ଉତ୍ସବ

ଢେଙ୍କାନାଳ(ଜିତେନ୍ଦ୍ର ସାମଲ) : ଢେଙ୍କାନାଳ ଜିଲ୍ଲା ବିଜେପିର ଦିବ୍ୟ କାଶୀ ଏବଂ ଶ୍ରେଷ୍ଠ କାଶୀ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ଭୁବନ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ଜିଲ୍ଲା ସଞ୍ଚାଳନ ସମିତିର ବୈଠକ ସହ ସାମ୍ବାଦିକ ସମ୍ମିଳନୀ ହୋଇଥିଲା | ଏହି କାର୍ଯ୍ୟକ୍ରମ ଜିଲ୍ଲା ସଂଯୋଜକ ତଥା ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନାଙ୍କ ଆବାହକତ୍ବରେ ସମାହିତ ହୋଇଛି । ସାମ୍ବାଦିକ ସମ୍ମିଳନୀରେ ସ଼ଂଯୋଜକ ଶ୍ରୀ ପ୍ରେମାନନ୍ଦ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ସଞ୍ଚାଳନ ସମିତି ସଦସ୍ୟ ଏବଂ ୩ ଥର ନିର୍ବାଚିତ ହୋଇଥିବା ପୂର୍ବତନ ଭୂବନ ବ୍ଳକ ଚେୟାରମେନ ଶ୍ରୀ ଶତୃଘ୍ନ ଜେନା, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ତଥା ସଞ୍ଚାଳନ ସମିତି ସଦସ୍ୟା ତଥା ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା, ଜିଲ୍ଲା ମହିଳା ମୋର୍ଚ୍ଚାର ସାଧାରଣ ସଂପାଦିକା ରୋଜାଲିନ ପାତ୍ର, ଭୁବନ ନଗର ମଣ୍ଡଳ ପଦାଧିକାରୀ ତଥା ଭୁବନ ଏନ୍.ଏ.ସିର ପୂର୍ବତନ କାଉନସିଲର ମାୟାଧର ଗୁରୁ ସାମ୍ବାଦିକ ମାନଙ୍କୁ କାର୍ଯ୍ୟକ୍ରମର ରୂପରେଖ ଓ ଲକ୍ଷ ସମ୍ବନ୍ଧରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଜିଲ୍ଲାର ମୁଖ୍ୟ କାର୍ଯ୍ୟକ୍ରମ ଶ୍ରୀ ଶ୍ରୀ କାଶୀ ବିଶ୍ଵନାଥ ମନ୍ଦିର, ଭୁବନ ଛତାମଠ ଠାରେ ତା୧୩।୧୨।୨୧ ରେ ଅନୁଷ୍ଠିତ ହେବା ସହିତ ଜିଲ୍ଲାର ୪ ଟି ନିର୍ବାଚନ ମଣ୍ଡଳୀ ର ପ୍ରତ୍ୟେକ ମଣ୍ଡଳରେ ଅନୁରୂପ କାର୍ଯ୍ୟକ୍ରମ ତା୧୩।୧୨।୨୧ ରେ ଅନୁଷ୍ଠିତ ହେବ | ତା୧୦ ଓ ତା୧୧ ରେ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଯାୟୀ ପ୍ରତ୍ୟେକ ପ୍ରସ୍ତାବିତ ସ୍ଥାନକୁ ସଫା କରାଯିବ ବୋଲି ଜିଲ୍ଲା ସଂଯୋଜକ ଶ୍ରୀ ପ୍ରେମାନନ୍ଦ ଜେନା ସାମ୍ବାଦିକ ମାନଙ୍କୁ ସୂଚନା ଦେଇଥିଲେ |

Comments are closed.