ବାପଘରକୁ ନେଲେନି ବୋଲି ନିଜ ଦେହରେ ନିଆଁ ଲଗେଇଦେଲେ ସ୍ତ୍ରୀ

ଉଦଳା : ସ୍ୱାମୀ ବାପଘରକୁ ଛାଡିଲେନି ବୋଲି ନିଜ ଦେହରେ ସ୍ତ୍ରୀ ନିଆଁ ଳଗେଇ ଦେଇଛନ୍ତି । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ତେନ୍ତୁଳିବାଡ଼ି ଗ୍ରାମରେ । ବାପ ଘରକୁ ଯିବାକୁ ଘରୁ ଗୋଡ କାଢିଥିଲେ ପତ୍ନୀ ଚନ୍ଦ୍ରମଣି ସିଂ । ମାତ୍ର ଟଙ୍କା ଅଭାବରୁ ଏବେ ନୁହେଁ, ପରେ ଯିବା ବୋଲି କହି ବୁଝାଇଥିଲେ ସ୍ୱାମୀ ମୁନା ସିଂ । ଏଥିରେ ପତ୍ନୀ ଯାଇଥିଲେ । ଏହାପରେ ଘରେ କେହି ନ ଥିବା ବେଳେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ସୂଚନା ଅନୁସାରେ, ପ୍ରାୟ ଦେଢ ବର୍ଷ ପୂର୍ବେ ମୁନା ସିଂ ଓ ଚନ୍ଦ୍ରମଣି ସିଂଙ୍କ ବିବାହ ହୋଇଥିଲା । ଉଭୟଙ୍କ ସମ୍ପର୍କ ସ୍ୱାଭାବିକ ଥିବା ବେଳେ ପିଲା ଛୁଆ କେହି ନ ଥିଲେ । ବିଶ୍ୱକର୍ମା ପୂଜା ଅବସରରେ ବାପ ଘରକୁ ଯିବା ନିମନ୍ତେ ସ୍ୱାମୀଙ୍କ ନିକଟରେ ଜିଦ୍ ଧରିଥିଲେ ପତ୍ନୀ ଚନ୍ଦ୍ରମଣି  । ବାପଘରକୁ ନନେବାରୁ ସେ ନିଜ ଦେହରେ ନିଆଁ ଲଗେଇ ଦେଇଥିଲେ ।  ଘରୁ ଧୂଆଁ ବାହାରୁଥିବା ପଡୋଶୀ ଦେଖିଥିଲେ ଓ ଚନ୍ଦ୍ରମଣିଙ୍କ ଚିକିତ୍ସା ଶୁଣି କବାଟ ଭାଙ୍ଗି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ଗୁରୁତର ଅବସ୍ଥାରେ ଚିକିସôା ନିମନ୍ତେ ତାଙ୍କୁ ପ୍ରଥମେ ଉଦଳା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ପାଖାପାଖି ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି  । ଉଦଳାରୁ ତାଙ୍କୁ ବାରିପଦାସ୍ଥିତ ପିଆରଏମ୍ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

Comments are closed.