ଷଡଙ୍ଗୀ ରେଞ୍ଜରେ ମାତିଛନ୍ତି ଶୀକାରୀ

ଗଁନ୍ଦିଆ(କାମାକ୍ଷା ପ୍ରସାଦ ବିହାରୀ) : ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ରେଞ୍ଜ ର ବୃନ୍ଦାବନପୁର ସଂରକ୍ଷିତ ଜଙ୍ଗଲରେ ଶିକାରୀ ବାରାହା ମାରିବା ପାଇଁ ଏକ ପ୍ରକାର ବମ ବ୍ୟବହାର କରୁଛନ୍ତି।ଯାହା ପଚା ମାଂସ ମଧ୍ୟରେ ଥାଏ ଏହି ବମକୁ କାମୁଡିବା ସମୟରେ ଫୁଟି ଯାଇ ଥାଏ । ବମ ଫୁଟିବା ସହିତ ବାରାହା ମୁହଁ ଫାଟି ବିଭତ୍ସ ଭାବରେ ମୃତ୍ୟୁବରଣ କରିଥାଏ।ବାରାହା ଶିକାର ଖବର ପାଇ ଷଡ଼ଙ୍ଗୀ ରେଞ୍ଜ ଅଫିସର ହାତୀ ସ୍କ୍ୱାର୍ଡ ଜଙ୍ଗଲରେ ପହଂଚିବା ପୂର୍ବରୁ ଶିକାରୀ କୌଶଳ କ୍ରମେ ଖସି ପଳାଇଯିବାକୁ ସକ୍ଷମ ହୋଇଥିଲା । ସ୍କ୍ୱାର୍ଡ ବାରାହା ମାଂସ,ହତିଆର ଜବତ କରି ଷଡ଼ଙ୍ଗୀ ରେଞ୍ଜ ଅଫିସ ଆଣି ପ୍ରାଣୀଧନ ବିଭାଗର କର୍ମଚାରୀଙ୍କୁ ଡାକି ପଞ୍ଛନାମା କରି ସସ୍ତଙ୍କ ଉପସ୍ତିତରେ ଗାତ ଖୋଳାଯାଇ ଲୁଣ ଏବଂ ଫିନାଇଲି ଦିଆଯାଇ ଅବଶେଷକୁ ପୋତି ଦିଆଗଲା। ଏଥିପାଇଁ ଜଙ୍ଗଲ ବିଭାଗର ଉପରିସ୍ତ ଅଧୀକାରିଙ୍କ ଖାମଖିଆଲ ମନୋଭାବ ଏବଂ ସଲାସୁତୁରା ପାଇଁ ଅବାଧ ଜଙ୍ଗଲ କଟା,ଅବାଧ ଶିକାର ଏବଂ ଗଜରାଜଙ୍କ ଜିବନ ସୁରକ୍ଷିତ ରହିବା ପ୍ରଶ୍ନବାଚି ସୃଷ୍ଟିକରିଛି।

Comments are closed.