ନନ୍ଦନକାନନରେ ଦୌଡ଼ିବେ ଚିତାବାଘ

ଭୁବନେଶ୍ୱର : ନନ୍ଦନକାନନ ଆସିବ ଚିତା । ଦୁବାଇ ସଫାରି ପାର୍କରୁ ଗୋଟିଏ ଲେଖାଏଁ ଅଣ୍ଡିରା ଓ ମାଇ ଚିତା ଅଣାଯିବ । ୫ଟି ଧଳା ସିଂହ ମଧ୍ୟ ଆଣିବାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । ଏ ସଂପର୍କିତ ମୋଡାଲିଟି ପ୍ରସ୍ତୁତ ଚାଲିଥିବା ବେଳେ ଖୁବଶୀଘ୍ର କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷଙ୍କ ଅନୁମତି ଲୋଡାଯିବ । ଚିଡିଆଖାନା ପ୍ରାଣୀ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ଦୁବାଇ ସଫାରି ପାର୍କ ସହ ଏକ ରାଜିନାମା ସ୍ୱାକ୍ଷରିତ ହେବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

ଏହା ସହିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ଦୁବାଇ ସଫାରି ପାର୍କକୁ ୫ଟି ଲେଖାଏଁ ମଣିପୁର ହରିଣ ଓ କୃଷ୍ଣସାର ମୃଗ, ୪ଟି ହଗ୍ ଡିଅର, ୬ଟି ଘଡିଆଳ, ୩ଟି ରେଡ ଜଙ୍ଗଲଫ୍ଲୋ ପ୍ରଦାନ କରାଯିବ । ବଦଳରେ ସେଠାରୁ ୨ଟି ସିମ୍ପାଜି, ୫ଟି ଧଳା ଆଫ୍ରିକୀୟ ସିଂହ, ଦୁଇଟି ଚିତା, ୬ଟି ରିଙ୍ଗ-ଟେଲ୍ଟ ଲେମୁର, ୩ଟି ରେଡ୍ ନେକ୍ କଙ୍ଗାରୁ , ୮ଟି ବାବୁନ୍, ୭ଟି ଆଫ୍ରିକାନ୍ ଶୁଆ, ୫ଟି ବହୁରଙ୍ଗୀ ଶୁଆ ଶାବକ ଅଣାଯିବ ।

Comments are closed.