ଜାତୀୟ ରାଜପଥ ଉପରୁ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର

ଖୋର୍ଦ୍ଧା (ରାକେଶ କୁମାର ଜଗଦେବ) : ଚାନ୍ଦପୁର ଥାନା ଚଂପାଗଡ ଛକ ୧୬ ନଂ ଜାତୀୟ ରାଜପଥ ଉପରୁ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତ ଦେହ ଉଦ୍ଧାର ,କାରଣ ଅସ୍ପଷ୍ଟ | ଚଂପାଗଡ ଗ୍ରାମର କିଛି ବ୍ୟକ୍ତି ମର୍ଣିଙ୍ଗ୍ ୱାକ ରେ ଯାଉଥିବା ସମୟରେ ଚାନ୍ଦପୁର ଥାନା ଚଂପାଗଡ ଛକ ନିକଟ ଜାତୀୟ ରାଜପଥ ଉପରେ ଅଜଣା ଯୁବକଙ୍କ ମୃତ ଦେହ ପଡିଥିବା ଦେଖିବାକୁ ପାଇଥିଲେ | ଏହି ଖବର ସ୍ଥାନୀୟ ପୋଲିସ କୁ ଜଣାଇବା ପରେ ଘଟଣା ସ୍ଥଳରେ ତୁରନ୍ତ ଚାନ୍ଦପୁର ପୋଲିସ ପହଂଚିକରି ତଦନ୍ତ ଆରମ୍ଭ କରିଛି | ମୃତ ଯୁବକର କାନ ମୁଣ୍ଡାରେ ରକ୍ତ ଝରୁଥିବା ବେଳେ ବିଭିନ୍ନ ସ୍ଥାନରେ କ୍ଷତ ଦେଖିବାକୁ ମିଳିଛି | ଅପରପଟେ ମୃତ ଯୁବକଙ୍କ ପରିଚୟ ମିଳି ନଥିବା ବେଳେ ଏହା ଦୁର୍ଘଟଣା ଜନିତ ମୃତ୍ୟୁ ନା ଯୋଯନା ବଦ୍ଧ ହତ୍ୟାକାଣ୍ଡ ତାହା ତଦନ୍ତ ପରେ ପୋଲିସ ସ୍ପଷ୍ଟ କରିବ ବୋଲି ଅନୁମାନ କରାଯାଉଛି

Comments are closed.