ସାଇ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉପଲକ୍ଷେ ବିଶାଳ କଳସ ଯାତ୍ରା ଅନୁଷ୍ଠିତ

ରାଜଗାଙ୍ଗପୁର(ଗିରିଜା ପ୍ରସାଦ ସାମଲ) : ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ସହର ଲମଲୋଇରେ ନୂତନ ସାଇ ମନ୍ଦିର ପ୍ରାଣ ପ୍ରତିଷ୍ଠା ଅବସରରେ ଆଜି ଏକ ବିଶାଳ କଳସ ଶୋଭା ଯାତ୍ରା କରାଯାଇଥିଲା | ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର ୧ ତାରିଖ ଦିନ ରାଜଗାଙ୍ଗପୁର ସହର ଲମଲୋଇରେ ନୂତନ ସାଇ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବାକୁ ଥିବା ବେଳେ ଆଜି ଠାରୁ ମନ୍ଦିର ରେ ପୂଜାର୍ଚନା ବିଧିବଦ୍ଧ ଭାବେ ଅନୁଷ୍ଠିତ ହୋଇଛି |ଏହି ଅବସର ରେ ଆଜି ମନ୍ଦିର କମିଟି ତରଫରୁ ଏକ କଳସ ଶୋଭା ଯାତ୍ରାର ଆୟୋଜନ କରାଯାଇଥିଲା | ରାଜଗାଙ୍ଗପୁର ସହର ସ୍ଥିତ ବାବାତଲାଵରୁ କଳସରେ ଜଳ ପୂର୍ଣ୍ଣ କରି ଶତାଧିକ ମହିଳା ଏକ ବିଶାଳ ଶୋଭା ଯାତ୍ରାର ବାହାରିଥିଲେ |ଏହି ଶୋଭାଯାତ୍ରାଟି ସ୍ଥାନୀୟ ସାପ୍ତାହିକ ବଜାର ରାସ୍ତା ଓ ଲିପଲୋଇ ମୁଖ୍ୟ ରାସ୍ତା ଦେଇ ମନ୍ଦିର ପ୍ରାଙ୍ଗଣରେ ପହଂଚି ଥିଲା |ସେଠାରେ କଳସ ସ୍ଥାପନ କରାଯିବା ସହ ରୀତି ନୀତି ଅନୁସାରେ ପୂଜାର୍ଚନା ଆରମ୍ଭ ହୋଇଥିଲା |ଏହି କଳସ ଯାତ୍ରାରେ ରାଜଗଙ୍ଗପୁର ସହର ଓ ଏହାର ଆଖ ପାଖ ଅଞ୍ଚଳର ବହୁ ମହିଳା ଓ ସାଇ ଭକ୍ତ ମାନେ ଯୋଗ ଦେଇଥିଲେ |

Comments are closed.