ଅଡୁଆରେ କଂଗ୍ରେସ ସାଂସଦ !!

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ଏକ ଫଟୋ ଏବେ ବେଶ ଚର୍ଚ୍ଚାରେ | ୬ ଜଣ ମହିଳା ସାଂସଦଙ୍କ ସହିତ ଫଟୋ ଉଠାଇ ବିବାଦରେ ଫସିଲେ ଶଶୀ ଥରୁର | ଆଜିଠାରୁ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ କଂଗ୍ରେସ ସାଂସଦଙ୍କ ଏହି ଫଟୋ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣା ଅନୁସାରେ ସେ ୬ ଜଣ ମହିଳା ସାଂସଦଙ୍କ ସହିତ ଉଠାଇଥିବା ଏକ ଫଟୋକୁ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରି ଲେଖିଛନ୍ତି ଯେ ‘କିଏ କହୁଛି କାମ କରିବା ପାଇଁ ଲୋକସଭା ଏକ ଆକର୍ଷଣୀୟ ସ୍ଥାନ ନୁହେଁ’ | ସାଂସଦଙ୍କ ଏହି ପୋଷ୍ଟ ପରେ ତାଙ୍କୁ ଅନେକ ୟୁଜର ଭିନ୍ନ ଅରୁଚିକର ମନ୍ତବ୍ୟ ଦେଇଛନ୍ତି |
ଅପରପଟେ ଘଟଣାରେ ପୂର୍ଣ୍ଣଛେଦ ପକାଇବା ପାଇଁ ସେ ପ୍ରୟାସ କରିଛନ୍ତି | ସୋଶାଲ ମିଡିଆରେ ଟ୍ରୋଲ ହେଉଥିବା ଦେଖି ଶଶୀ ଥରୁର ସଙ୍ଗେ ସଙ୍ଗେ ନିଜ ପ୍ରତିକ୍ରିୟା ରଖି କ୍ଷମା ପ୍ରାର୍ଥନା କରିଥିଲେ। କେବଳ ମଜା କରିବା ପାଇଁ ସେ ସେମିତି ଲେଖିଥିଲେ , ଏମିତି ଢଙ୍ଗରେ ଲେଖିବା ପାଇଁ ୬ ମହିଳା ସାଂସଦ ତାଙ୍କୁ କହିଥିଲେ । ଯଦି ଏହା କାହାର ସମ୍ମାନ ଓ ଭାବନାକୁ ଆଘାତ ପହଞ୍ଚାଇଛି, ତା’ହେଲେ ସେ କ୍ଷମା ମାଗୁଛନ୍ତି ବୋଲି ସେ ନିଜ ପକ୍ଷ ରଖିଥିଲେ |

Comments are closed.