ପାହାଡ଼ପର୍ବତ ଘେରା ମୁଣ୍ଡା ଗାଁରେ କରୋନା ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି ଶିକ୍ଷକ
କଳାହାଣ୍ଡି, ରୋହିତ କୁମାର ସାହୁ : ସମଗ୍ର ବିଶ୍ବ ଆଜି ମହାମାରୀ କରୋନ ପାଇଁ ଆତଙ୍କିତ। ଏହି ରୋଗରୁ ବଞ୍ଚିବାକୁ ହେଲେ ଏଥିପାଇଁ କେବଲ ସଚେତନତା ହି ଏକମାତ୍ର ଉପାୟ । ତେବେ ଏଥିପାଇଁ ଲୋକଙ୍କୁ ସଚେତନ ରହିବାକୁ ସରକାର ବାରମ୍ଭାର ଅପିଲ ମଧ୍ୟ କରୁଛନ୍ତି । ତେବେ ଆଜି ବି ସମାଜ ରେ ଏଭଳି କିଛି ଵ୍ୟକ୍ତିତ୍ୱ ଅଛନ୍ତି ଯେକି ନିଜସ୍ୱ ଉଦ୍ୟମରେ ଲୋକଙ୍କୁ ମହାମାରି କରୋନାର ଭୟାଭୟତା ଉପରେ ସଚେତନ କରିବା ସହ ଏଥିରୁ କିଭଳି ଭାବରେ ରକ୍ଷା ପାଇପାରିବେ ସେନେଇ ଲୋକଙ୍କୁ ସଚେତନ କରୁଛନ୍ତି । ଏହି କରୋନା ମହାମାରିର ବିପତ୍ତି ସମୟରେ ଲୋକଙ୍କୁ ସଚେତନତା ର ବାର୍ତ୍ତା ଦେଉଛନ୍ତି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ୍ ଅନ୍ତର୍ଗତ ପାହାଡ଼ପର୍ବତ ଘେରା ମୁଣ୍ଡା ଗାଁ ର ପ୍ରଧାନ ଶିକ୍ଷକ ବିଭୂତି ଭୂଷଣ ହରିଜନ । ଏହା ସହ ତାଙ୍କ ସାଥିରେ ଏହି ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି ତାଙ୍କର ଅନ୍ୟ ସହଯୋଗୀ ଶିକ୍ଷକ ବନ୍ଧୁ । ଏହି ଶିକ୍ଷକ ମାନେ ସଚେତନତା ଅଭିଯାନରେ ସ୍ଥାନୀୟ ଅଙ୍ଗନୱାଡ଼ି କର୍ମୀ ଓ ଆଶା ଦିଦିଙ୍କ ସହାୟତାରେ ଗାଁ ଗାଁ ବୁଲି ଲୋକଙ୍କୁ ହାତ ଧୋଇବାର ପ୍ରଣାଳୀ ସିଖେଇବା ସହ ଏହି ମହାମାରୀରୁ ବଞ୍ଚିବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି । ବର୍ତମାନ ସୁଦ୍ଧା ଏହି ମହାମାରୀର କୌଣସି ଔଷଧ ବାହାରି ନଥିବା ବେଳେ କେବଳ ନିଜେ ସଚେତନ ରହିଲେ ହିଁ ଏହି ମହାମାରୀ ଠାରୁ ନିଜକୁ ରକ୍ଷା କରାଯାଇ ପାରିବ, ସେନେଇ ଲୋକଙ୍କୁ ସଚେତନ କରାଉଛନ୍ତି । ଏଥି ସହ ସରକାରଙ୍କ ନିର୍ଦ୍ଧାରିତ ଲକ୍ ଡାଉନ୍ ସମୟରେ ଘରେ ରହିବା, ଅତି ଜରୁରୀ ହେଲେ ପଦାକୁ ବାହାରକୁ ଗଲେ ମୁହଁରେ ମାସ୍କ୍ ଲଗେଇ ଯିବା, ସାବୁନରେ ବାରମ୍ବାର ହାତ ଧୋଇବା, କାସିବା ଛିଙ୍କୀବା ବେଳେ ମୁହଁରେ କପଡା ବ୍ୟବହାର କରିବା, ପଞ୍ଚାୟତରେ କରାଯାଇଥିବା ଅସ୍ଥାୟୀ କରୋନା ଚିକିତ୍ସାଳୟ ବ୍ୟବସ୍ଥା ବିଷୟରେ ଏବଂ ସାମାଜିକ ଦୂରତା ବିଷୟରେ ସେମାନେ ଏହି ସମଗ୍ର ଆଦିବାସୀ ବହୁଲ ଅଞ୍ଚଳର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରୁଥିବା ଦେଖାଦେଇଥିଲା ।
Comments are closed.