ଓଡ଼ିଶାରେ ପ୍ରଥମ କରୋନା ମୃତ, ଅନ୍ୟପଟେ ରୋଗୀ ସଂଖ୍ୟା ୪୨କୁ ବୃଦ୍ଧି

କରୋନାକୁ ନେଇ ସମଗ୍ର ଦେଶରେ ଲକ ଡାଉନ ଚାଲିଥିବା ବେଳେ ଦିନକୁଦିନ ପରିସ୍ଥିତି ଗମ୍ଭୀର ହେବାରେ ଲାଗିଛି l ତେବେ ଭୁବନେଶ୍ୱର ଝାରପଡା ଅନ୍ତର୍ଗତ ଜଣେ ୭୨ ବର୍ଷର ପୁରୁଷଙ୍କୁ ଶ୍ୱାସକ୍ରିୟାରେ ଅସୁବିଧା ଅଭିଯୋଗରେ ୪ ଏପ୍ରିଲରେ AIIMS ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା। ତାଙ୍କର କ୍ରନିକ୍ ଉଚ୍ଚ ରକ୍ତଚାପର ଇତିହାସ ଥିଲା l ତେବେ ଗତ ୬ ଏପ୍ରିଲରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେ କରୋନା ରୋଗରେ ଆକ୍ରାନ୍ତ ଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ l ବର୍ତମାନ ଏହାର ଅନୁସନ୍ଧାନ ଚାଲିଛି l ଅନ୍ୟପକ୍ଷରେ ଭୁବନେଶ୍ୱର ମଧୁସୂଦନ ନଗରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଥିବା ସୂଚନା ଦେଇଛନ୍ତି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ l ତେବେ ବର୍ତ୍ତମାନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ୧ ରହିଛି l

Comments are closed.