ସାମାଜିକ ଦୂରତା ରକ୍ଷାକୁ ମାନୁନାହାନ୍ତି ଲୋକେ

ଚୌଦ୍ୱାର (ଲକ୍ଷ୍ମୀଧର ଦାସ) : ସାରାଦେଶରେ କୋରନାରୁ ରକ୍ଷା ପାଇବା ନିମନ୍ତେ ଲକ ଡାଉନ୍ ନିତି ଜାରି ରହିଛି । ଏଭଳି ସ୍ଥିତିରେ ସାମାଜିକ ଦୂରତା ରକ୍ଷାକରିବା ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାରମ୍ବାର ଅନୁରୋଧ କରୁଛନ୍ତି। ଏନେଇ ଟାଙ୍ଗି-ଚୌଦ୍ୱାର ବ୍ଲକ ଅଧୀନ ଡାଲିଯୋଡ଼ା ବ୍ରହ୍ମପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚଙ୍କ ଉପସ୍ଥିତିରେ ସ୍ୱୟଂ ସହାୟକ ଗୋଷ୍ଠି ଦ୍ୱାରା ଗରିବ ଅସହାୟ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଉଛି । ହେଲେ ସେଠାରେ ସ୍ୱୟଂ ସହାୟକ ଗୋଷ୍ଠି ସାମାଜିକ ଦୂରତା ରକ୍ଷାକୁ ଖୋଲାଖୋଲି ଉଲ୍ଲଂଘନ କରିବା ଦେଖିବାକୁ ମିଳିଛି । ପୋଲିସ ଓ ସ୍ଥାନିୟ ପ୍ରଶାସନ ତରଫରୁ ଲୋକଙ୍କୁ ସଚେତନ କରାଯାଇଥିଲେ ମଧ୍ୟ ଏହାର କିଛି ପ୍ରଭାବ ପଡୁନାହିଁ। ସାମାଜିକ ଦୁରତାତ ଦୂରର କଥା ସେଠାରେ ଉପସ୍ଥିତ ସ୍ୱୟଂ ସହାୟକ ଗୋଷ୍ଠି ଆଦୌ କରୋନା ସଂକ୍ରମଣକୁ ଭୟ ନକରି ଗପସପ କରି ପରିବା କଟିବାରେ ଲାଗିପଡିଛନ୍ତି । ଏଣୁ ସରପଞ୍ଚ, ପୋଲିସ ତଥା ସ୍ଥାନିୟ ପ୍ରଶାସନ ଏଦିଗରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଅବସ୍ଥା ସୁଧୁରିବା ପରିବର୍ତ୍ତେ ଭୟଙ୍କର ହେବ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି ।

Comments are closed.