ହାଇକୋର୍ଟରେ ବିଚାରପତି ପାଇଁ ସୁପାରିସ ହୋଇଥିବା ନାଁ ଗୁଡିକରେ ସନ୍ଦେହ

ନୂଆଦିଲ୍ଲୀ- ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇବାକୁ ସୁପାରିସ ହୋଇଥିବା ନାଁ ଗୁଡିକ ମଧ୍ୟରୁ ୫୦ପ୍ରତିଶତ ନାଁ ଉପରେ ସରକାରଙ୍କ ସନ୍ଦେହ ପଡିଛି । ସେମାନଙ୍କ ଆୟଠାରୁ ଆରମ୍ଭ କରି ସାଧୁତା ଓ ସାମର୍ଥ୍ୟ ପର୍ଯ୍ୟନ୍ତ ଯାଞ୍ଚ କରାଯିବ ପରେ ଏକଥା ଜଣାପଡିଛି । ପାର୍ଥୀମାନଙ୍କର ପୂରା ଜୀବନି ତଥ୍ୟକୁ ଗତ ତିନି ରୁ ଚାରି ମାସ ଯାଞ୍ଚ କରାଯିବା ପରେ ଏହି ଫଳାଫଳ ମିଳିଛି । ହାଇକୋର୍ଟ କଲେଜିୟମ୍ ସୁପାରିସ କରିଥିବା ନିମନ୍ତେ ଆଇନ ମନ୍ତ୍ରାଳୟ ଏକ ଧାରା ପ୍ରସ୍ତୁତ କରିଥିଲେ । ଏଥିରେ ପ୍ରାୟ ୩୦ ରୁ ୪୦ ପାର୍ଥୀ ଇନକମ୍ କ୍ରାଇଟେରିଆ ମଧ୍ୟ ପୂରଣ କରନାହାଁନ୍ତି ବୋଲି ଜଣା ପଡିଥିଲା । ବିଚାରପତି ହେବା ନିମନ୍ତେ ଓକିଲମାନେ ବିଗତ ୫ବର୍ଷରେ ୭ଲକ୍ଷ ଟଙ୍କା ଆୟ କରିଥିବା ଆବଶ୍ୟକ । ମୂଲ୍ୟାୟନ ସମୟରେ ଆଇନ କର୍ମଚାରୀମାନେ ଅନୂନ୍ୟ ୧୨୦୦ ରାୟ ପଢିଥିଲେ । କେତେକ ମାମଲାରେ ଗୁଇନ୍ଦାମାନେ ବ୍ୟକ୍ତିଗତ ଓ ବୃତିଗତ ସାଧୁତା ନଥିବା ମଧ୍ୟ ଜଣା ପଡିଛି ।

Comments are closed.