ପୁଣି ପ୍ରକାଶ ପାଇଲା ରେଲୱେ ବିଭାଗର ନିଯୁକ୍ତି ପଦ

ଚାକିରି ଆଶାୟୀ ପାଇଁ ଆଉ ଏକ ବଡ ଖୁସି ଖବର । କିଛି ଦିନ ପୂର୍ବରୁ ରେଳ ବିଭାଗର ୧ଲକ୍ଷରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯାହାର ପରୀକ୍ଷା ସେପ୍ଟେମ୍ବର ମାସରେ ହେବାକୁ ଯାଉଛି । ଆଉ ଏବେ ପୁଣି ଏକ ଲକ୍ଷ ତିରିଶି ହଜାର ପଦବୀରେ ନିଯୁକ୍ତି ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପୀୟୁସ ଗୋଏଲ ସୂଚନା ଦେଇଛନ୍ତି । ପାଟନାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଗୋଏଲ କହିଛନ୍ତି ଯେ, ନିଯୁକ୍ତି ପାଇଁ କେବଳ କମ୍ପ୍ୟୁଟର ଟେଷ୍ଟ ନିଆଯିବ । ଏଥିପାଇଁ କୈାଣସି ଇଣ୍ଟରଭିୟୁର ଆବଶ୍ୟକତା ନାହିଁ । ଏହାସହ ଆରପିଏଫ ନିଯୁକ୍ତି ପାଇଁ ପରିବର୍ତ୍ତନ ନିୟମରେ ପୋଲିସ ଫୋର୍ସରେ ପାଖାପାଖି ଦଶ ହଜାର ଯବାନଙ୍କୁ ନିଯୁକ୍ତି ଦିଆଯିବ । ଯେଉଁଥିରେ ୫୦ ପ୍ରତିଶତ ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିବ ବୋଲି ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Comments are closed.