ଚଳନ୍ତା ଟ୍ରେନରୁ ଖସିପଡି ଯୁବତୀ ଗୁରୁତର

ଯାଜପୁର- ଆଜି ଯାଜପୁର ଷ୍ଟେସନ ସ୍ଥିତ ସାଇ ମନ୍ଦିର ଫାଟକ ନିକଟରେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ବାରିପଦାରୁ ଭୁବନେଶ୍ୱର ଯାଉଥିବା ଟ୍ରେନରୁ ଖସିପଡି ଗୁରୁତର ଭାବେ ଆହତ ହୋଇଛନ୍ତି ଜଣେ ଯୁବତୀ, ଫଳରେ ତାଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯିବା ପରେ କଟକ ଏସିବି ବେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ସୂଚନା ଅନୁସାରେ, ଆହତ ଯୁବତୀଙ୍କ ନାମ ସ୍ନେହାଞ୍ଜଳୀ ଆରୁଖୀ ଓ ସେ ଭଦ୍ରକ ସହରରେ ବସବାସ କରୁଥିଲେ । ଟ୍ରେନର ବାଟ ମୁହଁରେ ବସି ଯାଉଥିବାବେଳେ କୌଣସି କାରଣବଶତଃ ସେ ଖସିପଡି ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ।

Comments are closed.