ଟ୍ରେନ୍ ଧକ୍କାରେ ୪ କାଉଡିଆ ମୃତ

ଶ୍ରାବଣମାସର ସୋମବାରରେ ସବୁ ଶିବ ମନ୍ଦିରରେ ଦେଖିବାକୁ ମିଳୁଛି କାଉଡିଆମାନଙ୍କର ଅସଂଖ୍ୟ ଭିଡ । ପରନ୍ତୁ ଆଜି ରାଉରକେଲାର ପାନପୋଷ ରେଳ ଷ୍ଟେସନରୁ ଦୂରରେ ଥିବା ବ୍ରାହ୍ମଣୀ ବ୍ରିଜରେ ଦେଖିବାକୁ ମିଳିଛି ଏକ ଦୁଃଖଦ ଘଟଣା । ଶିବଙ୍କ ମସ୍ତକରେ ପାଣିଢାଳିବା ପାଇଁ ବେଦବ୍ୟାସ ଯାଉଥିବା କାଉଡିଆଙ୍କୁ ଧକ୍କା ଦେଇଛି ଟ୍ରେନ୍, ଫଳରେ ୪ ଜଣଙ୍କର ମୃତ୍ୟୁ ହୋଇଛି । ସେଥିରୁ ୩ ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଥିବାବେଳେ ଏବେବି ଉଦ୍ଧାର କାର୍ଯ୍ୟ ଜାରି ରହିଛିି । ମୃତକମାନେ ଗୋଟିଏ ପରିବାରର ଓ ସେମାନେ ଛତିଶଗଡର ଭିଲାଇ ଅଞ୍ଚଳରେ ବସବାସ କରୁଥିବାର ଖବର ମିଳିଛି । ସୁଚନା ଅନୁସାରେ, ୭ ଜଣ କାଉଡିଆ ଭୁବନେଶ୍ୱର-ରାଉରକେଲା ଇଣ୍ଟର୍ସିଟି ଏକ୍ସପ୍ରେସରେ ଯାଇ ଝାରସୁଗୁଡା ଷ୍ଟେସନରେ ପହଞ୍ଚିଥିଲେ । ପରେ ଟ୍ରେନରୁ ଓହ୍ଲାଇ ବେଦବ୍ୟାସ ପୀଠରେ ଥିବା ଶିବ ମନ୍ଦିରକୁ ପାଣିଧରି ବ୍ରାହ୍ମଣୀ ବ୍ରିଜ୍ ଉପର ଦେଇ ଯାଉଥିଲେ । ପରନ୍ତୁ ଦ୍ରୁତଗତିରେ ଆସୁଥିବା ଏକ ଟ୍ରେନ୍ ୪ ଜଣଙ୍କୁ ଧକ୍କା ଦେଇଥିବା ବେଳେ ଅନ୍ୟ ୩ ଜଣ ଅଳ୍ପକେ ବର୍ତ୍ତୀ ଯାଇଥିଲେ । ମୃତକ ଚାରି ଜଣ ହେଲେ ମିଲେଶ କ୍ରିଷ୍ଣା ଦାସ, ଲତି କ୍ରିଷ୍ଣା ଦାସ, ଯମୂନା ଲିନା କ୍ରିଷ୍ଣା ଦାସ ଏବଂ ରାମ କ୍ରିଷ୍ଣା ଦାସ ।

Comments are closed.