କଳାହାଣ୍ଡିରେ ମାଡିଚାଲିଛି ଡେଙ୍ଗୁ: ୪୫ରୁ ଉର୍ଦ୍ଧ ରୋଗୀ ଚିହ୍ନଟ

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗ୍ରାମରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କର ସଂଖ୍ୟା ବଢିବାରେ ଲାଗିଛି । ରକ୍ତ ପରୀକ୍ଷାର ରିପୋର୍ଟ ଆସିବା ପରେ ଜଣା ପଡିଲା କି ୪୫ରୁ ଉର୍ଦ୍ଧ ଲୋକ ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ଏନେଇ ଚିକିତ୍ସାଳୟ ପକ୍ଷରୁ ଏକ ଟିମ୍ ଯାଇ ସେହି ଗ୍ରାମରେ ଯାଞ୍ଚ କାର୍ଯ୍ୟ ଆରମ୍ଭ କରିଛି । ଏହା ବ୍ୟତିତ ଅନ୍ୟ ଲୋକମାନଙ୍କର ମଧ୍ୟ ରକ୍ତ ନମୂନା ସଂଗ୍ରହ କରାଯାଇ କଳାହାଣ୍ଡି ଓ ବଲାଙ୍ଗିର ସ୍ଥିତ ହସ୍ପିଟାଲକୁ ପଠାଯାଉଛି । ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିଯିବାରୁ ସେହି ଅଞ୍ଚଳରେ ଏବେ ଲୋକମାନଙ୍କ ମନରେ ଭୟର ଆତଙ୍ଗ ପରିଲଖିତ ହେଉଛି ।

Comments are closed.