କିଣିପାରିବେନି ପ୍ଲାଷ୍ଟିକ୍ ତ୍ରିରଙ୍ଗା: ଲାଗୁ ହେଲା କଟକଣା

ଆଗକୁ ଆସୁଛି ସ୍ୱାଧୀନତା ଦିବସ । ଏହି ଅବସରରେ ଭାରତର ପୂରପଲ୍ଲୀ ବେଶ୍ ସଜବାଜ୍ଜ ହେବାରେ ଲାଗିପଡିଛି । ବିଭିନ୍ନ ଦୋକାନମାନଙ୍କରେ ତ୍ରିରଙ୍ଗା ପତାକା ବିକ୍ରି କରିବା ନେଇ ମଧ୍ୟ ଆରମ୍ଭ ହୋଇସାରିଲାଣି ପ୍ରସ୍ତୁତି । ପରନ୍ତୁ ଦେଶକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ଉଦ୍ଦେଶ୍ୟରେ ପ୍ଲାଷ୍ଟିକ୍ ତ୍ରିିରଙ୍ଗା ଉପରେ କଟକଣା ଲାଗୁ କରାଯାଇଛି । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଳାୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି, ଯେଉଁଥିରେ ସାରା ଦେଶବାସୀଙ୍କୁ ପ୍ଲାଷ୍ଟିକ୍ ତ୍ରିରଙ୍ଗା ବଦଳରେ କପଡା ଓ କାଗଜରେ ପ୍ରସ୍ତୁତ ତ୍ରିରଙ୍ଗା ବ୍ୟବହାର କରିବା ପାଇଁ କୁହାଯାଇଛି । ଏହା ଫଳରେ ସାରା ଦେଶର ପରିବେଶ ସନ୍ତୁଳନ ନ ବିଗିଡି ସ୍ୱଚ୍ଛ ରହିବ ।

Comments are closed.