ଅନ୍ଧବିଶ୍ୱାସୀ ହୋଇ ୩ ଦିନର ଶିଶୁ ପୁତ୍ରକୁ ଚେଙ୍କଦେଲା ବାପା

ନବରଙ୍ଗପୁର, ସନ୍ତୋଷ କୁମାର ଶତପଥୀ : ୩ ଦିନର ଶିଶୁ ପୁତ୍ରକୁ ଚେଙ୍କ, ସଂକଟାପନ୍ନ ଅବସ୍ଥାରେ ଡାକ୍ତର ଖାନାରେ ଭର୍ତ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ । ଯେଉଁଠି ଏକ ତିନି ଦିନର ଶିଶୁ ପୁତ୍ରକୁ ଚେଙ୍କ ଦେଇ ସଂଙ୍କଟାପନ୍ନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାନୁସାରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍ ମୋକିଆ ଗ୍ରାମର ଯଦୁ ବିସି ଙ୍କ ସ୍ତ୍ରୀ ଦୁର୍ମିଳା ବିସି ଗତ ୩‍୦ ତାରିଖ ଦିନ ଚନ୍ଦାହାଣ୍ଡି ଡାକ୍ତର ଖାନାରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଥିଲେ । ନିଜ ଘରକୁ ଫେରିବା ପରେ ଶିଶୁଟି ବହୁତ ସମୟ ଧରି କାନ୍ଦିବାରୁ ତାକୁ କଳା ଶୀରା ହେଇଥାଇପାରେ ଭାବି ଜନ୍ମର ତୃତୀୟ ଦିନ ଶିଶୁର ବାପା ଯଦୁ ବିସି ଏକ ଲୁହା କଣ୍ଟା ସାହାଯ୍ୟରେ ଶିଶୁର ପେଟ ସାରା ଚେଙ୍କ ଦେଇଥିଲେ । ଚେଙ୍କ ଦେବାପରେ କାନ୍ଦ କମିବା ପରିବର୍ତ୍ତେ ବଢିବା ସହ ଶିଶୁଟିର ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାକୁ ଉମରକୋଟ ସ୍ଥିତ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିବା କଥା ଯଦୁ ବିଶି କହିଥିଲେ । ଅନ୍ଧବିଶ୍ବାସକୁ ଆଦରି ଶିଶୁଟିକୁ ଚେଙ୍କ ଦେଇଥିବା ସହ ତାର ଅବସ୍ଥା ବର୍ତ୍ତମାନ ସୁଦ୍ଧା ସଂଙ୍କଟାପନ୍ନ ଥିବା ଶିଶୁ ବିଶେଷଜ୍ଞ ଡାକ୍ତର ସନ୍ତୋଷ କୁମାର ପଣ୍ଡା ପ୍ରକାଶ କରିଛନ୍ତି ।

Comments are closed.