ପେଟିଏମ୍ରୁ ଲୁଟିନେଲେ ୩୫୦୦୦ ରୁ ଅଧିକ ଟଙ୍କା
କେନ୍ଦ୍ରାପଡା, ପ୍ରଫୁଲ୍ଲ କୁମାର ମଲ୍ଲ : ଏଭଳି ଲୁଟର ଶିକାର ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ଗୋଜବନ୍ଧ ଗାଁର ଶାନ୍ତିଲତା ସ୍ୱାଇଁ l ଶାନ୍ତିଲତାଙ୍କ କହିବା ଅନୁସାରେ କିଛି ଦିନ ପୂର୍ବେ ସେହି ଗ୍ରାମର ଯୁବକ ଶ୍ରୀମନ୍ତ କୁମାର ସ୍ୱାଇଁ ତାଙ୍କ ଘରୁ ମୋବାଇଲ୍ ନେଇ ତାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଲୁଟି ନେଇଛନ୍ତି ଏବଂ ଏହି ଟଙ୍କା ଚୋରି ମାମଲାକୁ ନେଇ ଶାନ୍ତିଲତା ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ମହାକାଳପଡ଼ା ଥାନା ଅଧିକାରୀ ମନୋରଞ୍ଜନ ଚୌଧୁରୀ ଏତଲା ଗ୍ରହଣ କରିବା ସହିତ ଖୁବ୍ ଶୀଘ୍ର ତଦନ୍ତ କରି ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।
Comments are closed.