ଦାବି ପୂରଣ ନକଲେ ହେବ ଅଣ୍ଡାମାଡ

ଭୁବନେଶ୍ୱର- ଆଜି ଡିଏମଏଲଟି ଓ ଡିଏମଆରଟି ଛାତ୍ରଙ୍କୁ ନିଯୁକ୍ତି ଦାବିରେ ୫ ଦଫା ଦାବି ନେଇ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରିଯିବା ବେଳେ ରାଜମହଲ ଛକରେ ପୋଲିସ ସହ ହୋଇଛି ଧସ୍ତାଧସ୍ତି । ପୋଲିସର ମୃଦୁ ଲାଠି ଚାଳନା ବେଳେ କିଛି ଛାତ୍ର ଆହତ ହୋଇଥିବାର ସୂଚନା ମଧ୍ୟ ମିଳିଛି । ଏହାସହ ବହୁ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ମଧ୍ୟ ରଖିଛି । ୭ଦିନ ମଧ୍ୟରେ ଦାବି ପୂରଣ ନକଲେ ମୁଖ୍ୟମନ୍ତ୍ରୀଙ୍କ ଗାଡି ଉପରକୁ ଅଣ୍ଡାମାଡ ହେବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Comments are closed.