ଚୀନରେ ‘ମେକ ଇନ ଓଡିଶା’

ଭୁବନେଶ୍ୱର- ରାଜ୍ୟରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ଚୀନର ଫୁଜିଅନର ପ୍ରତିନିଧି ଦଳ ସହ ଭେଟ କରିଛନ୍ତି । ଏଥିରେ ଓଡିଶାରେ ପ୍ରାଥମିକ ସ୍ତରରେ ପୁଞ୍ଜି ନିବେଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି । ତେବେ ପୁଞ୍ଜିନିବେଶ ପାଇଁ ଓଡିଶାର ଏକ ପ୍ରତିନିଧି ଦଳ ଆସନ୍ତା ୩୧ରେ ଚୀନ ଯିବେ । ଚୀନ ଗସ୍ତରେ ଯିବାକୁ ଥିବା ଏହି ଟିମରେ ୬ ରୁ ୭ ଜଣ ରହିବେ । ଓଡିଶାରେ ପୁଞ୍ଜି ନିବେଶରେ ଆକୃଷ୍ଟ କରିବା ପାଇଁ ଚୀନରେ ଏକ ‘ମେକ ଇନ ଓଡିଶା’ ରୋଡ ଶୋର ଆୟୋଜନ ମଧ୍ୟ କରାଯିବ ବୋଲି ଶିଳ୍ପମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି ।

Comments are closed.