ଆସନ୍ତା ୧୮ରେ ନିକଙ୍କ ସହ ନିର୍ବନ୍ଧ କରିବେ ପ୍ରିୟଙ୍କା

ସିନେ ଜଗତରେ ଏବେ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ବୟଫ୍ରେଣ୍ଡ ନିକ୍ ଜୋନସଙ୍କୁ ନେଇ ଗରମାଗରମ ଖବର ଶୁଣିବାକୁ ମିଳୁଛି । ତେବେ ଦର୍ଶକମାନେ ଚାହିଁ ବସିଛନ୍ତି କି, କେବେ ପ୍ରିୟଙ୍କା ତାଙ୍କ ସମ୍ପର୍କକୁ ଆଗକୁ ବଢାଉଛନ୍ତି ବା କେବେ ବିବାହ କରୁଛନ୍ତି ? ତେବେ ଆଉ ଆପଣମାନଙ୍କୁ ଅପେକ୍ଷା କରିବାକୁ ପଡିବ ନାହିଁ , କାରଣ ଆସନ୍ତା ୧୮ ତାରିଖରେ ନିକଙ୍କ ସହ ନିର୍ବନ୍ଧ କରିବାକୁ ଯାଉଛନ୍ତି ପ୍ରିୟଙ୍କା । ବହୁତ ଦିନରୁ ଚାଲୁଥିବା ପ୍ରିୟଙ୍କାଙ୍କ ଅନ୍ଅଫିସିଆଲ ପ୍ରେମକୁ ଏବେ ସେ ଅଫିସିଆଲ୍ ହିସାବରେ ସମସ୍ତଙ୍କ ଆଗରେ ପ୍ରକାଶ କରିବେ । ଏନେଇ ସୂଚନା ମିଳିଛି କି, ପ୍ରିୟଙ୍କା ୧୮ ତାରିଖରେ ଏକ ପାର୍ଟ ଆୟୋଜିତ କରି ସମସ୍ତ ବନ୍ଧୁ ଓ ବାନ୍ଧବୀମାନଙ୍କୁ ନିମନ୍ତ୍ରୀତ କରିଛନ୍ତି ।

Comments are closed.