ଷ୍ଟିମ୍‌ ଦ୍ଵାରା ତ୍ୱଚାରେ ଆସେ ଅଲୌକିକ ଚମକ, ଜାଣନ୍ତୁ କିପରି ?

ବ୍ୟସ୍ତବହୁଳ ଜିବନରେ ତ୍ୱଚାର ଯତ୍ନ ନେବାକୁ ଭୁଲି ଯାଆନ୍ତି ସମସ୍ତେ, ଫଳରେ ତ୍ୱଚା ଶୁଖିଲା ଦେଖାଯାଏ । ଯେତେ ଅଧିକ ପରିମାଣର ମଶ୍ଚରାଇଜର ଲଗାଇଲେ ମଧ୍ୟ ମୁହଁରେ ଚମକ ଆସେ ନାହିଁ । ତେବେ ଚମକ ପାଇଁ ଫେସିଆଲ ତ ରହିଛି କିନ୍ତୁ ବିନା ଫେସିଆଲରେ ଘରେ ଷ୍ଟିମ୍‌ ଜରିଆରେ ବି ସହଜେ ଫେରାଇ ଆଣି ପାରିବେ ନିଜ ତ୍ୱଚାରେ ହଜିଯାଇଥିବା ଚମକକୁ । ତେବେ କିପରି କରିବେ ଆସନ୍ତୁ ଜାଣିବା ।

ଷ୍ଟିମ୍‌ ପାଇଁ ହର୍ବସ ଏବଂ ଅଏଲ- ତୁଳସୀ ପତ୍ର, ଟି-ଟ୍ରି  କିମ୍ବା ଏସେନସିଆଲ ଅଏଲ, ଗୋଲାପ ଜଳ, ଲେମ୍ବୁ ରସ ଏ ଭିତରୁ ଆପଣଙ୍କ ପସନ୍ଦର ଯେକୌଣସି ଦ୍ରବ୍ୟ ଗରମ ପାଣିରେ ପକାଇ ଷ୍ଟିମ୍‌ ନେଇପାରିବେ ।

ଷ୍ଟିମ୍ ନେବା ସମୟରେ ମୁଣ୍ଡରେ ଏ ମୋଟା ତଉଲିଆ ପକାଇ ସେହି ଗରମ ବାମ୍ପଂରେ ୫ ରୁ ୧୦ ମିନିଟ୍ ପର୍ଯ୍ୟନ୍ତ ରହିବ ଦରକାର । ମନେ ରଖିବେ  ଷ୍ଟିମ୍‌ ନେବା ପୂର୍ବରୁ ତ୍ୱଚାରେ କୌଣସି ପ୍ରକାର ସ୍କ୍ରବର ବ୍ୟବହାର କରିବେ ନାହିଁ । ଏକ ମାଇଲଡ୍‌ ଫେସୱାସରେ ତ୍ୱଚାକୁ ଭଲ ଭାବେ ସଫା କରିବେ ।

ଷ୍ଟିମ୍‌ ନେବା ପରେ ଉଷୁମ ପାଣିରେ ତ୍ୱଚାକୁ ଭଲ ଭାବେ ଧୋଇ ଦେବେ ଏବଂ ମୁଲତାନି ମାଟିର ଏକ ଫେସପ୍ୟାକ୍‌ ଲଗାଇବେ । ଯଦି ମୁଲତାନି ମାଟି ନଥାଏ ତେବେ ଟୋନର ସାହାଯ୍ୟରେ ତ୍ୱଚାକୁ ହାଲୁକା ଭାବେ ପୋଛି ମଶ୍ଚରାଇଜର ଲଗାବାକୁ ଭୁଲିବେ ନାହିଁ । ସପ୍ତାହରେ ଥରେ ଆପଣ ଏହି ଉପାୟରେ ଷ୍ଟିମ୍‌ ନେଇ ପାରିବେ ।

Comments are closed.