ପୁଣି ଥରେ ୮ ବର୍ଷର ନାବାଳିକାକୁ ଦୁଷ୍କର୍ମ

ପ୍ରତିଦିନ କେଉଁଠି ନା କେଉଁଠି ବଳାତ୍କାର, ଅତ୍ୟାଚାର ଘଟୁଛି । ଆଗରୁ ମହିଳା ଓ ନାରୀମାନଙ୍କ ଉପରେ ହେଉଥିବା ଦୁଷ୍କର୍ମ ଆସ୍ତେ ଆସ୍ତେ ନାବାଳିକାଙ୍କ ଉପରେ ଦେଖିବାକୁ ମିଳୁଛି । ଏହିପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡା ଥାନା ଅଞ୍ଚଳରୁ, ଯେଉଁଠି ୫୫ ବର୍ଷର ଏକ ବୃଦ୍ଧା ୮ ବର୍ଷର ନାବାଳିକା ସହ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି । ଖବର ଅନୁସାରେ, ୮ ବର୍ଷର ଏହି ନାବାଳିକା ଜଣକ ନିଜ ସାନ ଭଉଣୀ ସହ ନଳକୂପରେ ଗାଧୋଉଥିଲେ । ସାନ ଭଉଣୀ ଆଗ ଘରକୁ ପଳେଇବା ପରେ ସେହି ଗ୍ରାମର ପ୍ରସନ୍ନ ବେହେରା ନାମକ ୫୫ ବର୍ଷର ବୃଦ୍ଧା ଗାଧୋଉଥିବା ଅବସ୍ଥାରେ ଉଠାଇନେଇ ନିଜ ଘରେ ଦୁଷ୍କର୍ମ କରି ଛାଡିଦେଇଥିଲା । ନାବାଳିକା ଜଣକ ଘରକୁ ଯାଇ ସମସ୍ତ କଥା ମା’ଙ୍କୁ କହିବା ପରେ ତାଙ୍କ ବାପା ଖଜୁରୀ ଥାନାରେ ଅଭିଯୋଗ କରିଥିଲେ । ଫଳରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଦତନ୍ତ ଆରମ୍ଭ କରିଦେଇଛି ।

Comments are closed.