ସମ୍ବଲପୁର ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ବିଭିନ୍ନ ଦାବିକୁ ନେଇ ଆଜି ସମ୍ବଲପୁର ଜିଲ୍ଲା ସରପଞ୍ଚ ସଂଘ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାନୁଷ୍ଠାନ ସମ୍ମୁଖରେ ଧାରଣା ଦିଆଯାଇଛି । ଏଥିରେ ସମ୍ବଲପୁରର ସମସ୍ତ ସରପଞ୍ଚ ଯୋଗ ଦେବା ସହିତ ନିଜର ହକ୍ କଥା ସରକାରଙ୍କୁ ଜଣାଇଛନ୍ତି । ସରକାରଙ୍କ ଦ୍ୱାରା ସରପଞ୍ଚଙ୍କୁ ଦିଆଯାଉଥିବା କ୍ଷମତା ନିଜେ ସରକାର ପାଳନ କରୁଥିବାରୁ ଏପରି ବିକ୍ଷୋପ ଦେଖିବାକୁ ମିଳିଛି ବୋଲି ସଂଘ କହିବା ସହ ସରକାରଙ୍କ ଦ୍ୱାରା ଅନୁମୋଦିତ ସମସ୍ତ ଜନହିତକର କାର୍ଯ୍ୟ ଓ ଅନୁଦାନ ପଞ୍ଚାୟତର ଶତ ପ୍ରତିଶତ ହିତାଧିକାରୀଙ୍କୁ ଦିଆଯାଉ ବୋଲି ଦାବି କରିଛନ୍ତି । ଜନ ସାଧାରଣଙ୍କ ଦ୍ୱାରା ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ହେଉଥିବା ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଉଚ୍ଛେଦ କରିବା ପାଇଁ ମଧ୍ୟ ଜଣାଇଛନ୍ତି । ଏହା ସହ ମାସିକ ସମାନ ଦେୟ ପାରିଶ୍ରମିକ ୧୮୦୦ ଟଙ୍କାରୁ ୨୦,୦୦୦ ଟଙ୍କାକୁ ବୃଦ୍ଧି କରିବା, କାର୍ଯ୍ୟକାଳ ପରେ ପେନସନ୍ ପାଇବା, ହାତପାଣ୍ଠିକୁ ବାର୍ଷିକ ୨୦,୦୦୦ ଟଙ୍କା ଆଦି ବିଷୟରେ ଆଲୋଚନା କରିଛନ୍ତି ।

Comments are closed.