Instagramରେ ସବୁଠାରୁ ଅଧିକ ଫୋଲଅର ଥିବା ଅଭିନେତ୍ରୀକୁ ଜାଣନ୍ତି କି ?

ବଲିଉଡର କେଉଁ ଅଭିନେତ୍ରୀ Instagramରେ ଅଧିକ ଚହଳ ପକାଇଛନ୍ତି ଜାଣିବା ପାଇଁ ସମସ୍ତେ ବ୍ୟାକୁଳ । ତେବେ ଜାଣନ୍ତୁ ଏହି ଅଭିନେତ୍ରୀ ବିଷୟରେ, ଯିଏ କି  Instaରେ ସବୁ କଳାକାରଙ୍କୁ ପଛରେ ପକାଇ ଦେଇଛନ୍ତି । ସେ ଆଉ କେହି ନୁହନ୍ତି, ୨୫ ମିଲିୟନ ଫୋଲଅର ଥିବା ବଲିଉଡ ସୁନ୍ଦରୀ ପିୟଙ୍କା ଚୋପ୍ରା । Instaରେ ପ୍ରଧାନ ମନ୍ତୀ ନରେନ୍ଦ୍ର ମୋଦୀଙ୍କର ୧୩.୫ ମିଲିୟନ, ଅମିତା ବଚ୍ଚନଙ୍କର ୯.୫ ମିଲିୟନ, ସଲମାନ ଖାନଙ୍କ ୧୭.୩ ମିଲିୟନ ଓ ଦିପିକାଙ୍କ ୨୪.୯ ମିଲିୟନ ଫୋଲଅର ଥିବା ବେଳେ ପ୍ରିୟଙ୍କାଙ୍କର ସବୁଠୁ ଅଧିକ ଫୋଲଅରମାନେ ରହିଛନ୍ତିି । ତେବେ ଖୁବ ଶୀଘ୍ର ସଲମାନଙ୍କ ସିନେମା ‘ଭାରତ’ରେ ପିୟଙ୍କା ନଜର ଆସିବେ ବୋଲି ସୂଚନା ମିଳିଛି ।

Comments are closed.