ଜିଓର ନୂଆ ଅଫର : Mbps ର ଯୁଗ କଲା, ଏବେ ଆସିଲା Gbps

ଇଣ୍ଟରନେଟର ସ୍ୱିଡକୁ ନେଇ ଆସିଗଲା ଜିଓର ନୂଆ ଅଫର, ଯାହାକି ଗ୍ରାହକଙ୍କ ମନରେ ଆଣି ଦେଇଛି ଖୁସି । ଜିଓର ସିଇଓ ମୁକେଶ ଅମ୍ବାନୀ ଦ୍ୱାରା ଲଞ୍ଚ ହୋଇଛି ଜିଓ ଫାଇବର, ଯାହାକୁ ଏବେ ଜିଓ ଗିଗା ଫାଇବର ରୂପେ କୁହାଯିବ । ଏଥିରେ ଜିଓ ଗିଗା ଟିଭି ସେଟଟପ୍ ବକ୍ସର ମଧ୍ୟ ସୁବିଧା ରହିଛି ଯାହା ମାଧ୍ୟମରେ ଭିଡିଓ କଲ କରିବା ସହିତ ଫୋନ କି ଅନ୍ୟ ଡିଭାଇସ ସହ ଇଣ୍ଟରନେଟକୁ ସଂଯୋଗ କରିପାରିବେ । ଦେଶର ପ୍ରାୟ ୧,୧୦୦ଟି ସହରରେ ଏହା ଉପଲବ୍ଧ ହେବ । ଗିଗା ଫାଇବରର ଶୁଭାରମ୍ଭ ଆସନ୍ତା ଅଗଷ୍ଟ ମାସ ୧୫ ତାରିଖରେ ହେବାବେଳେ ଏହାର ଇଣ୍ଟରନେଟ ସ୍ପିଡ୍ ୧ ଜିବିପିଏସ୍ ରେ ଚାଲିବ । ଜିଓ ଗିଗା ଟିଭିର ଅନ୍ୟ ଏକ ଭଲ ଗୁଣ ହେଉଛି ଭଏସ୍ କମାଣ୍ଡ । ଯାହାଦ୍ୱାରା ଟିଭି ରିମୋଟ ରେ ଭୋଏସ କମାଣ୍ଡର ସୁବିଧା ଦ୍ୱାରା ଆପଣ ଚାହୁଁଥିବା କାର୍ଯ୍ୟ କରିପାରିବେ ଯଥା- ଜିଓ ଟିଭି, ଜିଓ ସିନେମା, ଜିଓ ଟିଭି କଲ ଇତ୍ୟାଦି । ବଜାରକୁ ଜିଓ ଆସିବାର ୨୨ ମାସ ଭିତରେ ପ୍ରାୟ ୨୧୫ ମିଲିୟନ ଲୋକ ଏହାକୁ ବ୍ୟବହାର କରିଥିବା ବେଳେ ଗିଗା ଫାଇବର ଏବଂ ଗିଗା ଟିଭିକୁ ବି ସମସ୍ତେ ଆଦରି ନେବେ ବୋଲି ଅନୁମାନ କରାଯାଉଛି ।

Comments are closed.