ପୁରୀରେ ପହଞ୍ଚିଲା ଶ୍ରୀଜିଉଙ୍କ ରଥ ଦଉଡି

ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିଲା ବେଳେ ଗତ କାଲି ରଥଟଣା ପାଇଁ ଦଉଡି ପହଞ୍ଚିଛି ପୁରୀରେ । ଚନ୍ଦନପୁର ବୀରପ୍ରତାପପୁର ସ୍ଥିତ ଓଡିଶା ସମବାୟ କତ ନିଗମ ଫ୍ୟାକ୍ଟ୍ରିରୁ ଏକ ମିନିଟ୍ରକ୍ରେ ଏହି ଦଉଡି ଆସି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପହଞ୍ଚିଛି । ତିନି ରଥ ପାଇଁ ଆବଶ୍ୟକ ୧୨ ଟି ଦଉଡି ସହିତ ସାଙ୍ଗରେ ଅଧିକ ୨ଟି ଦଉଡି ଅଣାଯିବା ସହ ୨ଟି କର୍ଡନ ମଧ୍ୟ ଅଣାଯାଇଛି । ମୋଟ ୧୬ଟି ଦଉଡିି ପୁରୀରେ ପହଞ୍ଚିବା ପରେ ସବୁକୁ ଗୋଦାମ ଘରେ ରଖାଯାଇଛି । ତେବେ ଘେରି ପାଇଁ ଆବଶ୍ୟକ ଆଉ ୭ଟି ଦଉଡି ଅଣାଯିବ ବୋଲି ରଥ ତତ୍ତ୍ଵବଧାରକ ସୁଦର୍ଶନ ମେକାପ କହିଛନ୍ତି ।

Comments are closed.