ଆଦିବାସୀ ଦଲିତ୍ ସେନା ପକ୍ଷରୁ ଆରମ୍ଭ ହୋଇଛି ‘ସଦଭାବନା ଯାତ୍ରା’

ଜାତିଗତ ଭାବନାକୁ ନେଇ ପୁଣି ଥରେ ସମ୍ବଲପୁରରେ ସୃଷ୍ଟି ହୋଇଛି ବିବାଦ, ଯାହାକୁ ନେଇ ସଦଭାବନା ଯାତ୍ରାର ଶୁଭାରମ୍ଭ ହୋଇଛି । ଏହି ଯାତ୍ରାରେ ବିପୁଳ ସଂଖ୍ୟାରେ ଆଦିବାସୀ ଖ୍ରୀଷ୍ଟିୟାନ ଓ ମାଇନୋରିଟୀ ଯୋଗ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ । ଦଳିତଙ୍କ କହିବା ଅନୁସାରେ, ସମ୍ବଲପୁର ହେଉଛି ଏକ ଭାଇଚାରାର ଜିଲ୍ଲା, ଯେଉଁଠି ବହୁ ଜାତିର ଲୋକମାନେ ଏକାଠି ବସବାସ କରନ୍ତି । ପରନ୍ତୁ କେତେକ ସ୍ଥାନୀୟ ଲୋକ ଦଳିତ ଆଦିବାସୀଙ୍କୁ ସମ୍ବଲପୁର ଛାଡି ଚାଲିଯିବା ପାଇଁ ଡରାଇବା ସହ ନ ଗଲେ ଝିଅ ବୋହୂଙ୍କୁ ରେପ କରିବେ ବୋଲି ଧମକ ଦେଉଛନ୍ତି ବୋଲି ଅଭିଯୋଗ କରୁଛନ୍ତି ଆଦିବାସୀ ସମାଜ । ଏହି ଖଳ ପ୍ରକୃତିର ଲୋକଙ୍କୁ ରୋକିବା ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି ନେଇ ଏହି ଯାତ୍ରା ଆରମ୍ଭ କରାଯାଇଛି । ଆଦିବାସୀ ମାନଙ୍କର ଆଶା ଯେ ପ୍ରଶାସନ ଏ ବିଷୟରେ ନିଶ୍ଚୟ ଦୃଢ ପଦକ୍ଷେପ ନେବେ ।

Comments are closed.