ପୁରୀ ରଥଯାତ୍ରା ନିମନ୍ତେ ଚାଲିବ ସ୍ୱତନ୍ତ୍ର ଟ୍ରେନ୍

ଆଗାମୀ ରଥଯାତ୍ରା ଅବସରରେ ପଶ୍ଟିମ ଓ ଦକ୍ଷିଣ ଓଡିଶାକୁ ପୁରୀକୁ ୨ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରି ରେଳମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ ଚିଠି ଲେଖିଛନ୍ତି । ରାଉରକେଲାରୁ ପୁରୀ ଭାୟା ଚକ୍ରଧରପୁର ଏବଂ ପାରଳାଖେମୁଣ୍ଡିରୁ ପୁରୀ ଦୁଇଟି ଟ୍ରେନ୍ ଚଳାଇବାକୁ ବିଭାଗଗୀୟ ଅଧିକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଅନୁରୋଧ କରିଛନ୍ତି । ୧୪ରେ ଥିବା ରଥଯାତ୍ରାରେ ପ୍ରାୟ ୧୦ ଲକ୍ଷରୁ ଉର୍ଦ୍ଧ ଭକ୍ତ ଯୋଗ ଦେବାର ସୂଚନା ମିଳିଥିବା ବେଳେ ସ୍ୱତନ୍ତ୍ର ଟ୍ରେନ୍ ଦ୍ୱାରା ସେମାନେ ସୁରକ୍ଷିତ ଭାବରେ ଯାତାୟତ କରିପାରିବେ । ଏହା ଦ୍ୱାରା ପଶ୍ଟିମ ଓ ଦକ୍ଷିଣ ଓଡିଶା ସହ ଛତିଶଗଡ, ଝାଡଖଣ୍ଡ ଭକ୍ତମାନେ ମଧ୍ୟ ଉପକୃତ ହୋଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ ଚିଠିରେ ଦର୍ଶାଇଛନ୍ତି ।

Comments are closed.