ମୋଟା ପଣ କମାଇବ ଗୋଲମରିଚ

ଆଜିକାଲି ଏକ ସାଧାରଣ କଥା ହେଉଛି ମୋଟା ପଣ । ଗୋଲମରିଚ ସ୍ୱାସ୍ଥ୍ୟ ପାଇଁ ବହୁତ ଉପକାରୀ । କ୍ୟାଲୋରିଜର ମାତ୍ରା ବହୁତ କମ୍ ହୋଇଥାଏ । ଏହା ସହିତ ଶରୀରର ଇମ୍ୟୁନିଟି ସିଷ୍ଟମକୁ ଭଲ ରଖିବାରେ ଏହା ସାହାଯ୍ୟ କରିଥାଏ । ଆପଣ ଫିଟ୍ ରହିବା ପାଇଁ ଗୋଲମରିଚ ନିଶ୍ଚୟ ସେବନ କରିବା ଉଚିତ୍ । ଯଦି ଆପଣଙ୍କ ଓଜନ ବଢୁଛି ତେବେ ଆପଣ ଏହାକୁ ସେବନ କରି ଲାଭ ପାଇପାରିବେ ।

ଆପଣ ଓଜନ କମ୍ କରିବା ପାଇଁ ଗୋଲମରିଚ ଚା ମଧ୍ୟ ସେବନ କରିପାରିବେ । ଏହାକୁ ପ୍ରସ୍ତୁତ କରିବା ବହୁତ ସହଜ । ଏହି ଚା ପ୍ରସ୍ତୁତ କରିବା ପାଇଁ ଅଦା, ମହୁ, ତୁଳସୀ, ଲେମ୍ବୁ ଏବଂ ଗ୍ରୀନ ଟି ବ୍ୟାଗ୍ସ ବ୍ୟବହାର କରିପାରିବେ । ପାଣିରେ ଏସବୁ ମିଶାଇ ଅଧା ଚାମଚରୁ କମ୍ ଗୋଲମରିଚକୁ ସେଥିରେ ମିଶାନ୍ତୁ ଏବଂ ସକାଳେ ଜଳଖିଆ କରିବା ପୂର୍ବରୁ ପିଅନ୍ତୁ । ଏହାପରେ ଆପଣ ନିଜେ ଫରକ ଜାଣିପାରିବେ ।

ଆପଣ ଗୋଲମରିଚକୁ ଫ୍ରୁଟ୍ ଡ୍ରିଙ୍କରେ ମଧ୍ୟ ମିଶାଇ ପିଇପାରିବେ । ଏହାର ବାସ୍ନା ଏବଂ ସ୍ୱାଦ ଆପଣଙ୍କ ଡ୍ରିଙ୍କର ଫ୍ଲେଭରକୁ ଅଧିକ ସୁସ୍ୱାଦୁ କରିବାରେ ସାହାଯ୍ୟ କରିବ । ଏହାକୁ ନିୟମିତ ସେବନ କଲେ ଆପଣଙ୍କ ଓଜନ କମିବ । ଏହା ସହିତ ଆପଣଙ୍କ ସ୍କିନ୍ ମଧ୍ୟ ଗ୍ଲୋ କରିବ ଏବଂ ପାଚନ ଶକ୍ତି ବଢିବ । ଆପଣ ଗୋଲମରିଚକୁ ଡାଇରେକ୍ଟ ମଧ୍ୟ ସେବନ କରିପାରିବେ । ଏଥିପାଇଁ ୨ରୁ୩ ଟି ପ୍ରତିଦିନ ସେବନ କରନ୍ତୁ । ଏହା ଆପଣଙ୍କୁ ସବୁଥିରେ ଫାଇଦା ଦେବ ।

Comments are closed.