ମହିଳା ଓ ଶିଶୁଙ୍କ ପାଇଁ ସ୍ୱତନ୍ତ୍ର ପୋଲିସ ବ୍ରାଞ୍ଚ

ଭୁବନେଶ୍ୱର,୨୫ ।୧: ମହିଳା ଓ ଶିଶୁ ସୁରକ୍ଷା ପାଇଁ ସ୍ୱତନ୍ତ୍ର ପୋଲିସ ଶାଖା ନିମନ୍ତେ ପଦବୀ ମଞ୍ଜୁର ହୋଇଛି । ଅପରାଧ ରୋକିବା ପାଇଁ ୬୨ଟି ପଦବୀକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସ୍ୱତନ୍ତ୍ର ଶାଖାରେ ପୋଲିସ ବିଭାଗର ୬୦ ପଦବୀ ରହିଛି । ଜଣେ ଆଇଜିଙ୍କ ନେତୃତ୍ୱରେ ସ୍ଏହି ସ୍ୱତନ୍ତ୍ର ଶାଖା ପରିଚାଳିତ ହେବ । ୨ ଏଏସପି, ୧୦ ଡିଏସପି, ୯ ଇନ୍ସପେକ୍ଟର, ୧୦ ଏସଆଇ, ୮ ଏଏସଆଇ, ୧୪ କନଷ୍ଟେବ ରହିବେ । ସ୍ୱତନ୍ତ୍ର ଶାଖାରେ ୨ଟି ସାଇବର ଫୋରେନ୍ସିକ ଓ ଆଇଟି ବିଶେଷଜ୍ଞ ପଦବୀ ରହିଛି । ଏହା ଛଡା ୫ଟି ମନ୍ତ୍ରୀସ୍ତରୀୟ କର୍ମଚାରୀ ପଦବୀକୁ ମଧ୍ୟ ମଞ୍ଜୁରି ମିଳିଛି । ଶିଶୁ ଓ ମହିଳାଙ୍କ ପ୍ରତି ହେଉଥିବା ଅପରାଧକୁ ରୋକିବା ପାଇଁ ଏହି ସ୍ୱତନ୍ତ୍ର ଶାଖା ଖୋଲିବା ସହ ପଦବୀକୁ ମଞ୍ଜୁରି ଦେଇଛନ୍ତି ରାଜ୍ୟ ସରକାର ।

Comments are closed.