ନୂଆ ଫର୍ମାଟରେ ହେବ +୨ ପରୀକ୍ଷା, ୫୦% ମଲଟିପୁଲ୍ ଚଏସ୍

ଭୁବନେଶ୍ୱର,୨୫ ।୧: ଚଳିତବର୍ଷ +୨ ପରୀକ୍ଷା ଛାଞ୍ଚାରେ ପରିବର୍ତ୍ତନ କରାଯାଇଛି । +୨ ପରୀକ୍ଷା ଫର୍ମାଟ୍ ପରିବର୍ତ୍ତନ ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ‘୨୦୧୬ କିମ୍ବା ପରେ ରେଜିଷ୍ଟ୍ରୀଭୁକ୍ତ ପିଲାଙ୍କ ପାଇଁ ହ୍ରାସ ସିଲାବସରୁ ପ୍ରଶ୍ନ ଆସିବ । +୨ ପରୀକ୍ଷାରେ ୫୦ ପ୍ରତିଶତ ମଲଟିପୁଲ ଚଏସ୍ ପ୍ରଶ୍ନ ରହିବ । ପ୍ରତ୍ୟେକ ପ୍ରଶ୍ନ ପାଇଁ ୧ ନମ୍ବର ରହିବ । ପ୍ରଶ୍ନପତ୍ରର ହାରାହାରି ୩୦% ସଂକ୍ଷିପ୍ତ ଉତ୍ତରମୂଳକ ପ୍ରଶ୍ନ ରହିବ । ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ଅପସନ୍ ରହିବ । ସଂକ୍ଷିପ୍ତ ଉତ୍ତରମୂଳକ ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ ୨ କିମ୍ବା ୩ ନମ୍ବର ରହିବ । ପ୍ରଶ୍ନପତ୍ରରେ ହାରାହାରି୨୦ ପ୍ରତିଶତ ଦୀର୍ଘ ଉତ୍ତର ମୂଳକ ପ୍ରଶ୍ନ ରହିବ, ଯାହାର ମୂଲ୍ୟ ୫ ମାର୍କ ବିଶିଷ୍ଟ ରଖାଯିବ ।’ କିନ୍ତୁ ୨୦୧୫ ପୂର୍ବରୁ ରେଜିଷ୍ଟ୍ରେୀଭୁକ୍ତ ପିଲାଙ୍କ ସିଲାବସ୍, ଢାଞ୍ଚା ଅପରିବର୍ତ୍ତିତ ରହିବ । ପୂର୍ବଭଳି ଛାତ୍ରଛାତ୍ରୀମାନେ ନିଜ ସ୍କୁଲରେ ପରୀକ୍ଷା ଦେବେ ବୋଲି ମନ୍ତ୍ରୀ କହିଛନ୍ତି ।

Comments are closed.