ପୋଲିସ ପଦକ ଘୋଷଣା: ଜାଣନ୍ତୁ ଓଡିଶାର କେଉଁ ୨ଜଣଙ୍କୁ ମିଳିବ ରାଷ୍ଟ୍ରପତି ପୋଲିସ ପଦକ?

ଭୁବନେଶ୍ୱର,୨୫ ।୧: ସାଧାରଣତନ୍ତ୍ର ଦିବସ ପୂର୍ବରୁ ସାହସିକତା ପୋଲିସ ପଦକ ପାଇଁ ନାଁ ଘେଶଣୋ କରାଯାଇଛି । ଦେଶର ୨୦୫ ଜଣଙ୍କୁ ମିଳିବ ସାହସିକତା ପୋଲିସ ପଦକ । ଜମ୍ମୁ-କାଶ୍ମୀରର ସର୍ବାଧିକ ୫୨ ପୋଲିସଙ୍କୁ ମିଳିବ ସାହସିକତା ପଦକ । ଏହା ସହ ଓଡିଶାର ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ଅନ୍ୟ ୧୧ ଜଣ ପୋଲିସ କର୍ମଚାରୀଙ୍କୁ ଉଲ୍ଲେଖନୀୟ ସେବା ପଦକ ମିଳିବ ।

ତେବେ ଗୁଇନ୍ଦା ନିର୍ଦ୍ଦେଶକ ରାଧାକୃଷ୍ଣ ଶର୍ମାଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ମିଳିବ । ସେହିପରି ବିଏସପିଏ ଡେପୁଟୀ ସୁବେଦାର ବୁଦ୍ଧି ବାହାଦୁର ଥାପାଙ୍କୁ ରାଷ୍ଟ୍ରପତି ପଦକ ମିଳିବ । ଅନ୍ୟପଟେ ଆଇନ ଶୃଙ୍ଖଳା ଆଇଜି ପ୍ରବୀଣ କୁମାରଙ୍କୁ ମିଳିବ ଉଲ୍ଲେଖନୀୟ ସେବା ପଦକ । ସେହିପରି ରାଉରକେଲାର ଅତିରିକ୍ତ ଏଏସପି ରବୀନ୍ଦ୍ର କୁମାର ଦାସ, ଭୁବନେଶ୍ୱରର ଏଏସପି ଭବାନୀ ଶଙ୍କର ମିଶ୍ର, ରାଜ୍ୟ ପୋଲିସ ଏକାଡେମୀ ଡେପୁଟୀ କମାଣ୍ଡାଣ୍ଟ ଅଶୋକ ଦେହୁରୀ, ଭୁବନେଶ୍ୱର ଏସିପି ପ୍ରକାଶ ଚନ୍ଦ୍ର ପାଲ, ଭିଜିଲାନ୍ସ ମୁଖ୍ୟାଳୟ ଏଏସଆଇ ମନୋରଞ୍ଜର ଶତପଥୀ, ସୁନ୍ଦରଗଡ କ୍ରାଇମ୍ ହାବିଲଦାର ସରୋଜ ଭୋଇଙ୍କୁ ମିଳିବ ପୋଲିସ ପଦକ ।

Comments are closed.