ପିପିଲି ଉପନିର୍ବାଚନ ପାଇଁ ସିଇଓଙ୍କ ପ୍ରସ୍ତୁତି

ପୁରୀ,୨୫ ।୧: ପିପିଲି ଉପନିର୍ବାଚନକୁ ପୁଣି ରାଜ୍ୟରେ ଚଳଚଞ୍ଚଳ ହୋଇପଡିଛି ରାଜନୀତି । ଅନ୍ୟପଟେ ଉପନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । ସେ କହିଛନ୍ତି ଯେ, ‘ପିପିଲି ଉପ ନିର୍ବାଚନ ପାଇଁ ତାରିଖ ଧାର୍ଯ୍ୟ ହୋଇନି, କିନ୍ତୁ ଆମେ ପ୍ରସ୍ତୁତ ଅଛୁ । ପିପିଲିରେ ବୁଥ୍ ସଂଖ୍ୟା ବଢିବ । ପ୍ରତି ବୁଥରେ ୧ ହଜାର ଲୋକ ଭୋଟ ଦେବେ । ପିପିଲି ଉପନିର୍ବାଚନ ପାଇଁ ଆସନ୍ତାକାଲିଠାରୁ ପ୍ରଶିକ୍ଷଣ ଆରମ୍ଭ ହେବ । ନିର୍ବାଚନ କମିସନଙ୍କ ତାରିଖ ଘୋଷଣା ପରେ ତ୍ୱରାନ୍ୱିତ ହେବ କାର୍ଯ୍ୟ ।’

ପିପିଲି ଉପନିର୍ବାଚନ ପାଇଁ ସରଗରମ ହେଲାଣି ରାଜନୀତି । ପିପିଲିରେ କିଏ ହେବେ ପ୍ରାର୍ଥୀ ? ତିନି ପ୍ରମୁଖ ରାଜନୈତିକ ଦଳ ନିଜ ନିଜର ପ୍ରାର୍ଥୀ ଯୋଗାଡ କରିବାରେ ଲାଗିଛନ୍ତି । ବିଜେପି ଓ କଂଗ୍ରେସର କିଏ ହେବେ ପ୍ରାର୍ଥୀ ତା ଉପରେ ମଧ୍ୟ ନଜର ରହିବ । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲି ଆସନ ଖାଲି ପଡ଼ିଛି ।

Comments are closed.