ମୁଖ୍ୟମନ୍ତ୍ରୀଙ୍କ ‘ପୋଷ୍ୟ ସ୍କୁଲ’ ଚିଠି

ଭୁବନେଶ୍ୱର,୨୫ ।୧: ରାଜ୍ୟର ସବୁ ସାଂସଦ ଓ ବିଧାୟକମାନଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋଟିଏ ଲେଖାଏଁ ସରକାରୀ ସ୍କୁଲକୁ ପୋଷ୍ୟ ସ୍କୁଲ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ନବୀନ । ଏୟା ସହ ୨ କେନ୍ଦ୍ରମନ୍ତ୍ରୀ ଯଥା ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଢଙ୍ଗୀଙ୍କୁ ବି ମୋ ସ୍କୁଲ ଅଭିଯାନରେ ସାମିଲ ହେବାକୁ ଚିଠି ଲେଖିଛନ୍ତି । ହାଇକୋର୍ଟ ବିଚାରପତିଙ୍କ ସମେତ ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ଚିଠି ଲେଖି ପୋଷ୍ୟ ସ୍କୁଲ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଅପିଲ କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଏହା ସହ ସମସ୍ତଙ୍କୁ ମୋ ସ୍କୁଲ କାର୍ଯ୍ୟକ୍ରମରେ ସାମିଲ ହେବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଛନ୍ତି ।

Comments are closed.