ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଉନ୍ମୋଚନ ହେଲା ‘ପରୀକ୍ଷା ଦର୍ପଣ’

ଭୁବନେଶ୍ୱର,୨୭ ।୧: ମାଟ୍ରିକ ପରୀକ୍ଷାର୍ଥୀଙ୍କ ପାଇଁ ସହାୟକ ପୁସ୍ତିବା ‘ପରୀକ୍ଷା ଦର୍ପଣ’ ଆଜି ଉନ୍ମୋଚିତ ହୋଇଯାଇଛି । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଦ୍ୱାରା ଏହି ପୁସ୍ତିକା ଉନ୍ମୋଚିତ ହୋଇଛି । ମାଟ୍ରିକ ପରୀକ୍ଷା ଦେବାକୁ ଥିବା ପିଲାଙ୍କୁ ଏହି ‘ପରୀକ୍ଷା ଦର୍ପଣ’ ପୁସ୍ତକ ମିଳିବ । ମାଟ୍ରିକ୍ ପରୀକ୍ଷା ଦେବାକୁ ଥିବା ୬ ଲକ୍ଷ ୨୦ ହଜାର ୫୦୮ ପିଲାଙ୍କୁ ପୁସ୍ତକ ମିଳିବ । ସମ୍ଭାବ୍ୟ ପ୍ରଶ୍ନ, ଉତ୍ତରକୁ ନେଇ ‘ପରୀକ୍ଷା ଦର୍ପଣ’ ପୁସ୍ତକ ପ୍ରସ୍ତୁତ ହୋଇଛି । ୭୦୦ ପୃଷ୍ଠା ସମ୍ବଳିତ ବହି ପିଲାଙ୍କୁ ପରୀକ୍ଷା ଦେବାରେ ସହାୟକ ହେବ । ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ମାଗଣାରେ ‘ପରୀକ୍ଷା ଦର୍ପଣ’ ଯୋଗଇବ ଗଣଶିକ୍ଷା । ପିଲାଙ୍କ ମାନସିକ ଚାପ କମାଇବାରେ ଏହି ପୁସ୍ତକ ବେଶ ସହାୟକ ହେବ । ପ୍ରତି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ପୁସ୍ତକକୁ ପହଞ୍ଚାଯିବ ।

ତେବେ ଏହି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ କହିଛନ୍ତି ଯେ, ‘ଫେବ୍ରୁଆରୀ ୧୨ ସୁଦ୍ଧା ଜିଲ୍ଲା ଶିକ୍ଷାଧିକାରୀଙ୍କ ପାଖରେ ବହି ପହଞ୍ଚିବ । ଫେବ୍ରୁଆରୀ ୧୫ ଭିତରେ ସବୁପିଲାଙ୍କ ପାଖରେ ପୁସ୍ତକ ପହଞ୍ଚାଇବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୪ ଜିଲ୍ଲାକୁ ୫୦ ହଜାର ବହି ପଠାଯାଇଛି । ସେହି ୪ ଜିଲ୍ଲା ହେଉଛି, ଯଥା-ନୂଆପଡା, ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର । ପ୍ରଥମେ ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳରେ ବହି ଦିଆଯିବ: ମନ୍ତ୍ରୀ । ଜିଲ୍ଲା ଶିକ୍ଷା ଅଧିକାରୀ ବହି ବଣ୍ଟନର ପ୍ରତ୍ୟକ୍ଷଭାବେ ତତ୍ବାବଧାନ କରିବେ । ଜିଲ୍ଲାର ଉପାନ୍ତ ବ୍ଲକ ପିଲାଙ୍କୁ ପ୍ରଥମେ ପ୍ରାଥମିକତା ଦେବାକୁ ବ୍ୟବସ୍ଥା ।’

Comments are closed.