ସିକିମ ସୀମାରେ ପୁଣି ସଂଘର୍ଷ, ୨୦ ଚୀନ ଯବାନ ଆହତ

ସିକିମ,୨୫ ।୧: ଲଦାଖରେ ଭାରତ-ଚୀନ ମଧ୍ୟରେ ଉତ୍ତେଜନା ଜାରି ରହିଥିବା ବେଳେ ପୁଣି ସିକିମ ସୀମାରେ ହୋଇଛି ସଂଘର୍ଷ । ସିକ୍କିମ୍ ସୀମାରେ ଚୀନ ସୈନ୍ୟଙ୍କ ସୀମା ଅତିକ୍ରମ କରିବାକୁ ଯାଉଥିବା ବେଳେ କଡା ଜବାବ ଦେଇଛନ୍ତି ଭାରତୀୟ ସେନା । ଉତ୍ତର ସିକିମର ନକୁ ଲା’ରେ ଦୁଇ ଦେଶର ସେନା ହାତାହାତି ହୋଇଛନ୍ତି । ଦୁଇ ଦେଶର ଯବାନଙ୍କ ମଧ୍ୟରେ ବଡ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଯବାନ ଭିତରେ ସଂଘର୍ଷ ଯୋଗୁଁ ଚୀନର ୨୦ ଜଣ ସୈନିକ ଓ ଭାରତର ୪ ଜଣ ସୈନିକ ଆହତ ହୋଇଥିବା ଜଣାପଡ଼ିଛି ।

ତେବେ ମିଳିଥିବା ସୂଚନା ମୁତାବକ ଏହି ଘଟଣା ୩ ଦିନ ତଳେ ହୋଇଥିଲା । ଚୀନ୍ ସେନା ଏଲଏସି ଅତିକ୍ରମ କରିବା ବେଳେ ବାଧା ଦେଇଥିଲେ ଭାରତୀୟ ସେନା । ଭାରତୀୟ ଯବାନଙ୍କ କଡା ଜବାବରେ ଚୀନ୍ ସେନା ପଛକୁ ହଟିଛି । କିନ୍ତୁ ଏହି ସଂଘର୍ଷରେ ଚୀନର ପାଖାପାଖି ୨୦ସୈନିକ ଆହତ ହୋଇଛନ୍ତି । ଅନ୍ୟପଟେ ସଂଘର୍ଷରେ ୪ଜଣ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡିଛି । ଲଦାଖର ୯ମ ରାଉଣ୍ଡ କଥାବାର୍ତ୍ତା ପୂର୍ବରୁ ଏହି ସଂର୍ଘଷ ହୋଇଛି । ସୀମାରେ ଏବେ ସ୍ଥିତି ସ୍ଥିର ରହିଛି ବୋଲି ଜଣାପଡିଛି ।

Comments are closed.