ନିଜ ଚତୁର୍ଥୀରେ ନିଜ ବାପକୁ ହତ୍ୟା କଲା ପୁଅ

କେନ୍ଦୁଝର, ସଂଗ୍ରାମ କେଶରୀ ମିଶ୍ର : ବାରିଆ ଥାନା ପୋଡାସିମିଳା ଗାଁରେ ଘଟିଛି ଏକ ଅଘଟଣ । ପୁଅ ନିଜର ଚତୁର୍ଥୀରେ ହତ୍ୟା କରିଛି ନିଜ ବାପାକୁ । ମୃତକ ବାପା ହେଲେ କୁଶ ନାୟକ । ହତ୍ୟାକାରି ପୁଅ ସୁନୀଲ ନାୟକ ଥାନାରେ ଅଟକ । ଗତକାଲି ଥିଲା ପୁଅ ସୁନୀଲର ବିବାହର ଚତୁର୍ଥୀ । ତେବେ ବାହାଘର ବେଳେ ବାପ ଓ ପୁଅ ସୁନୀଲଙ୍କ ମଧ୍ୟରେ ଲୁଗା ପଟା କିଣାକୁ ନେଇ ଦୁଇ ଦିନ ହେବ ଲାଗି ରହିଥିଲା ବିବାଦ। ତେବେ ଗତକାଲି ଏହି ବିବାଦ ଭୟଙ୍କର ରୁପ ନେଇଥିଲା । ଏଥିରେ ପୁଅ ସୁନୀଲ ଉତକ୍ଷିପ୍ତ ହୋଇ ନିଜ ବାପା କୁଶ ନାୟକଙ୍କୁ ଏକ କୋଦାଳରେ ହାଣୀ ହତ୍ୟା କରିଛି । ପରେ ଖବର ପାଇ ବାରିଆ ପୋଲିସ ଘଟଣା ସ୍ଥଳରେ ପହଁଚି ହତ୍ୟାକାରୀ ପୁଅ ସୁନୀଲ ଓ ହତ୍ୟାରେ ବ୍ୟବହୃତ କୋଦାଳକୁ ଜବତ କରିଛି ।

Comments are closed.